ଶ୍ରୀଲଙ୍କା ସଙ୍କଟ: ହସ୍ତକ୍ଷେପ କରିବେ ଭାରତ ସରକାର, ଆଜି ସନ୍ଧ୍ୟାରେ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : ପଡୋଶୀ ଦେଶ ଶ୍ରୀଲଙ୍କା ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି । ନା ଖାଇବାକୁ ମିଳୁଛି ନା କିଛି । ଯାହାକୁ ନେଇ ଜନ ଆକ୍ରୋଶ ମୁଣ୍ଡ ଟେକିଛି । ହଜାର ହଜାର ସଂଖ୍ୟାରେ ଲୋକ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି । ଦେଖାଦେଇଥିବା ଅର୍ଥନୈତିକ ଏବଂ ରାଜନୈତିକ ସଙ୍କଟ ମଧ୍ୟରେ ସହଯୋଗର ହାତ ବଢ଼େଇ ଆସୁଛି ଭାରତ । ତେବେ ଏହି ସଙ୍କଟ ପରିସ୍ଥିତି ମଧ୍ୟରେ ହସ୍ତକ୍ଷେପ କରିବେ ଭାରତ ସରକାର । ଆଜି ସନ୍ଧ୍ୟାରେ ସର୍ବଦଳୀୟ ବୈଠକ ଡକାଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ।

ତାମିଲନାଡୁର ଦୁଇ ଦଳ ଡିଏମକେ ଏବଂ ଏଆଇଏଡିଏମକେ ଶ୍ରିଲଙ୍କା ସଙ୍କଟ ଉପରେ ହସସ୍ତକ୍ଷେପ କରିବାକୁ ଅପିଲ କରିବା ପରେ ଏହି ବୈଠକ ଡକାଇଛନ୍ତି କେନ୍ଦ୍ର ସରକାର ।

ଶ୍ରୀଲଙ୍କା ଏବେ ସାତ ଦଶନ୍ଧୀରେ ସବୁଠୁ ଅଧିକ ବଡ ଅର୍ଥନୀତିକ ସଙ୍କଟ ମଧ୍ୟରେ ଗତି କରୁଛି । ଆଜିଠୁ ସଂସଦରେ ମୌସୁମୀ ଅଧିବେସନ ଆରମ୍ଭ ହେଉଥିବା ବେଳେ ଏହି ବୈଠକକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଶ୍ରିଲଙ୍କାର ରାଷ୍ଟ୍ରପତି ଦେଶ ଛାଡି ପଳାଇଯାଇଥିବା ବେଳେ ଏପର୍ଯ୍ୟନ୍ତ ନୂଆ ରାଷ୍ଟ୍ରପତି କିଏ ହେବ ତାର ପ୍ରକ୍ରିୟ ଆରମ୍ଭ ହୋଇଛି । ଦେଶରେ ଚାଉଳ କିଲୋ ୭୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡାଲି ୪୦୦ ଟଙ୍କାରେ ବିକ୍ରି ହେଉଛି । ଦେଶରେ ଅନେକ ଲୋକ ଜୀବୀକା ହରାଇ ବସିଥିବା ବେଳେ ଲୋକଙ୍କ ପାଖରେ ଖାଇବା ପାଇଁ ଟଙ୍କା ନାହିଁ ।

Related Posts