ଚୌଦ୍ୱାର ଜେଲରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଜେଲ୍ ଡିଜି ମନୋଜ ଛାବ୍ରା

ଭୁବନେଶ୍ୱର,୧୫/୨(ସତ୍ୟପାଠ ବ୍ୟୁରୋ): ଆଜି ଚୌଦ୍ୱାର ଜେଲରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ଜେଲ୍ ଡିଜି ମନୋଜ ଛାବ୍ରା । ଚୌଦ୍ୱାର ଜେଲ ଅଧୀକ୍ଷକଙ୍କ ସହ ଜେଲ ଡିଜି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଯାଞ୍ଚ୍ କରିଛନ୍ତି । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ରହୁଥିବା ୩ ନଂ ସେଲକୁ ଜେଲ ଡ଼ିଜି ନିଜେ ତନଖି ଥିବା ବେଳେ ଗୋପାଳକୁ କଡ଼ାକଡ଼ି ନଜର ରଖିଥିବା ପାଇଁ ଜେଲ କର୍ତ୍ତୃପକ୍ଷଙ୍କୁ ଡିଜି ନିର୍ଦେଶ ଦେଇଛନ୍ତି। ଅନ୍ୟପଟେ ଗୋପାଳ ରହୁଥିବା ସେଲରେ ସିସି ଟିଭି କ୍ୟାମେରା ଲଗାଯାଇ ତାକୁ କଡ଼ା ନଜର ଭିତରେ ରଖିଛନ୍ତି ଜେଲ କର୍ତ୍ତୃପକ୍ଷ l ଗତକାଲି ହାଇ ପ୍ରୋଫାଇଲ୍ ଅପରାଧି ଗୋପାଳ କୁ ଚୌଦ୍ଵାର ଜେଲ୍ କୁ ଅଣାଯାଇଥିଲା l ଆଜି ଏହି ବିଷୟରେ ଡିଜି ଜେଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି l

ସୂଚନାଯୋଗ୍ୟ ଯେ, କଡା ସୁରକ୍ଷାରେ ଗୋପାଳକୁ ଚୌଦ୍ଵାର ଜେଲର ୩ନଂ ସେଲରେ ରଖାଯାଇଛି । ୨୪ ଘଣ୍ଟିଆ ସୁରକ୍ଷା ବଳୟରେ ତାକୁ ସିସିଟିଭି ସର୍ଭେଲାନ୍ସ ମଧ୍ୟରେ ରଖାଯାଇଛି । ତାର ସ୍ୱାସ୍ଥ୍ୟ ଅବସ୍ଥା କେମିତି ରହିଛି ତାହା ଚୌଦ୍ଵାର ଜେଲ ପରିସରରେ ଥିବା ଡାକ୍ତରଖାନାରେ ଯାଞ୍ଚ୍ କରିଛନ୍ତି। ଜେଲ୍ ମାନୁଆଲରେ ଯେଉଁ ଖାଦ୍ୟ ବ୍ୟବସ୍ଥା ରହିଛି ସେଇ ଖାଦ୍ୟ ହିଁ ଗୋପାଳକୁ ଖାଇବାକୁ ଦିଆଯାଇଥିବା ସୂଚନା ମିଳିଛି।

Related Posts