ଜୟପୁରରେ ନିର୍ବାଚନୀ ହିଂସା, ତାତିଲା କଂଗ୍ରେସ: ଯୁବକକୁ ଅପହରଣ କରି ମାଡ଼ ମାରିବା ଅଭିଯୋଗରେ ଧାରଣା

କୋରାପୁଟ ଜିଲ୍ଲା ଜୟପୁରରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଏବେ ପୌର ନିର୍ବାଚନ ପାଇଁ ରାଜନୀତି ମାହୋଲ ସରଗରମ ଥିବା ବେଳେ, ଏତିକି ବେଳେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ଜୟପୁର ଗୋପବନ୍ଧୁ ନଗରରେ ରହୁଥିବା କାର୍ତ୍ତିକ ନାଗନାମକ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ମାଡ ମରାଯାଇଥିବା ଅଭିଯୋଗ ହୋଇଛି ।
ସୂଚନାନୁସାରେ, କାର୍ତ୍ତିକଙ୍କୁ ପ୍ରଥମେ ଦୁର୍ବୃତ୍ତମାନେ ଅପହରଣ କରି ନେଇଥିଲେ । ଏପରିକି ଗୁଳି ଫୁଟାଇଥିଲେ । ସେମାନେ କାର୍ତ୍ତିକଙ୍କୁ ନିସ୍ତୁକ ମାଡ କରି କୁମୁଲିପୁଟ ଠାରେ ମୁର୍ମୁଷୂ ଅବସ୍ଥାରେ ଛାଡ଼ିଦେଇ ଚାଲି ଯାଇଥିଲେ ।

ସେଠାରୁ କାର୍ତ୍ତିକଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲେ ବି କାହାରିକୁ ଗିରଫ କରାଯାଇ ନାହିଁ । ସେପଟେ ଏହି ଘଟଣାକୁ ନେଇ କଂଗ୍ରେସ ତାତିଛି । ଦଳ ଟାଉନ ଥାନା ଘେରାଉ ସହ ଜାତୀୟ ରାଜପଥ ୨୬କୁ ଅବରୋଧ କରିଛି । କର୍ମୀଙ୍କ ସହ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ଘଟଣାର ପ୍ରତିବାଦରେ ଧାରଣାରେ ବସିଛନ୍ତି । ଅଭିଯୁକ୍ତ କୁ ଶୀଘ୍ର ଗିରଫ କରିବା ସହ ଉଚିତ୍ ଦଣ୍ଡ ଦେବା ପାଇଁ ଦାବି ହୋଇଛି।

Related Posts