ୟୁକ୍ରେନ ଉପରେ ଋଷ ର ଆକ୍ରମଣକୁ ନେଇ ଋଷ ଉପରେ ପ୍ରତିବନ୍ଧକ ଲଗାଇଲା ଅଷ୍ଟ୍ରେଲିଆ: ଋଷକୁ ଆଉ ଅଲୁମିନା ଓ ବକ୍ସାଇଟ୍ ରପ୍ତାନୀ କରିବ ନାହିଁ

25 ଦିନରେ ପହଂଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ । ଅନେକ ଦେଶ ର ପ୍ରତିବନ୍ଦକ ସ୍ଵତେ ରୁଷ୍ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରିଚାଲିଛି । କେତେବେଳେ ବୋମା ଫିଙ୍ଗୁଛି ତ ଆଉ କେତେବେଳେ ସୁପରସୋନିକ ମିସାଇଲ୍ ମାଡ଼ କରୁଛି। ଯୁଦ୍ଧ ଅଟକାଉ ନଥିବାରୁ ବିଭିନ୍ନ ଦେଶ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏବେ ଅଷ୍ଟ୍ରେଲିଆ ଆଉ କିଛି ନୂଆ ପ୍ରତିବନ୍ଧକ ଲଗାଇଛି।

ଋଷକୁ ଆଉ ଅଲୁମିନା ଓ ବକ୍ସାଇଟ୍ ରପ୍ତାନୀ କରିବ ନାହିଁ ବୋଲି ଅଷ୍ଟ୍ରେଲିଆ ଘୋଷଣା କରିଛି। ତୁରନ୍ତ ଏହି ବ୍ୟାନ୍ ନିର୍ଦ୍ଦେଶ ଲାଗୁ କରିବା ସହିତ ମାନବିକତା ଦୃଷ୍ଟିରୁ ୟୁକ୍ରେନ୍‌ ଅଧିକ ଯୁଦ୍ଧାସ୍ତ୍ର ଯୋଗାଇ ଦିଆଯିବ ବୋଲି ରବିବାର ଅଷ୍ଟ୍ରେଲିଆ ସରକାର ସୂଚନା ଦେଇଛନ୍ତି।

ଅଷ୍ଟ୍ରେଲିଆରୁ ଏସବୁ କଞ୍ଚା ମାଲ ନେଇ ଋଷ ଆଲୁମିନିୟମ ଉତ୍ପାଦନ କରୁଥିଲା। ଏବେ ଅଲୁମିନିୟର ଉତ୍ମପାଦନ କମାଇବା ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆ ଅଲୁମିନା ରପ୍ତାନୀ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଇଛି ବୋଲି କୁହାଯାଉଛି। ସୂଚନା ଥାଉକି ଋଷ ମାତ୍ର ୨୦ ପ୍ରତିଶତ ଆଲୁମିନିୟମ ପାଇଁ ଅଷ୍ଟ୍ରେଲିଆ ଉପରେ ନିର୍ଭର କରେ। ଏବେ ଅଷ୍ଟ୍ରେଲିଆ ବ୍ୟାନ ଲଗାଇବା ପରେ ଋଷ ପାଇଁ ଆଲୁମିନିୟମ୍‌ରେ ଉତ୍ପାଦନରେ ସମସ୍ୟା ସୃଷ୍ଟି ହୋଇପାରେ ।

Related Posts