ପଞ୍ଜାବ ନୁଆ କ୍ୟାବିନେଟ୍ ରେ ଅଛନ୍ତି ଡାକ୍ତର, ଓକିଲ, କମିଶନ ଏଜେଣ୍ଟ, ଅଧିକାଂଶ ମନ୍ତ୍ରୀଙ୍କ ବୟସ ୪୦ ରୁ ୫୦ ଭିତରେ

ବିପୁଳ ସମର୍ଥନ ସହ ପଞ୍ଜାବରେ ସରକାର ଗଠନ କରିଛି ଆପ । ଭଗଓ୍ୱନ୍ତ ମାନ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ, ମାନ କ୍ୟାବିନେଟର ଦଶଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ମାନଙ୍କ ପକ୍ଷରୁ କ୍ୟାବିନେଟ ସହକର୍ମୀଙ୍କ ସୂଚନା ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ମାନଙ୍କର କ୍ୟାବିନେଟରେ ଦୁଇଜଣ ବିଧାୟକ ଅଛନ୍ତି ଯେଉଁମାନେ ଲଗାତାର ଦ୍ୱିତୀୟ ଥର ବୀଜୟୀ ହୋଇଛନ୍ତି ।
ଡାକ୍ତର-ଇଞ୍ଜିନିୟର, ଓକିଲ ତଥା କୃଷକ ମନ୍ତ୍ରୀ:
ମାନ୍ କ୍ୟାବିନେଟରେ ତିନିଜଣ ଓକିଲ, ଦୁଇଜଣ ଡାକ୍ତର ଏବଂ ଜଣେ କୃଷକ ରହିଛନ୍ତି । ଏଥିସହିତ ଜଣେ ଇଞ୍ଜିନିୟର, ବ୍ୟବସାୟୀ ଏବଂ ସମାଜସେବୀ ମଧ୍ୟ ସ୍ଥାନ ପାଇଛନ୍ତି । କ୍ୟାବିନେଟର ଏକମାତ୍ର ମହିଳା ମନ୍ତ୍ରୀ ଡଃ ବାଲଜିତ କୌର ଜଣେ ଚକ୍ଷୁ ସର୍ଜନ । ନିର୍ବାଚନ ପୂର୍ବରୁ ସେ ସରକାରୀ ଚାକିରି ଛାଡି ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । କୌରଙ୍କ ପିତା ପ୍ରଫେସର ସାଧୁ ସିଂ ୨୦୧୪ରେ ଫରିଦକୋଟରୁ AAP ସାଂସଦ ଥିଲେ ।
ଯୁବକ ଚେହେରାଙ୍କୁ ସୁଯୋଗ :
ଭଗଓ୍ୱନ୍ତ ମନ୍ତ୍ରିମଣ୍ଡଳରେ ଯୁବ ଚେହେରାଙ୍କୁ ଅଗ୍ରାଧିକାର ଦିଆଯାଇଛି । ଅଜନାଲାରୁ ଜିତିଥିବା କୁଲଦୀପ ସିଂ ଧୋଲିୱାଲ ମାନ୍, କ୍ୟାବିନେଟର ସର୍ବ ପୁରାତନ ମନ୍ତ୍ରୀ । ନୂତନ କ୍ୟାବିନେଟର ହାରାହାରି ବୟସ ୪୬ ବର୍ଷ ୧୧ ମାସ । ୩୧ ବର୍ଷୀୟ ହରଜୋତ ସିଂ ଭଗଓ୍ୱନ୍ତ ମାନ ମୁଖ୍ୟମନ୍ତ୍ରୀଙ୍କ ସମେତ ମୋଟ ୧୧ମନ୍ତ୍ରୀଙ୍କ ମଧ୍ୟରେ କନିଷ୍ଠ ମନ୍ତ୍ରୀ ଅଟନ୍ତି ।

୩୨ବର୍ଷିୟ ଗୁରୁମିତ ସିଂ ମିଟ୍ ହେୟାର ଦ୍ୱିତୀୟ ଏବଂ ୪୦ ବର୍ଷିୟ ଲାଲଜିତ ସିଂ ଭୁଲାର ତୃତୀୟ କନିଷ୍ଠ ମନ୍ତ୍ରୀ ଅଟନ୍ତି । ମନ୍ତ୍ରିମଣ୍ଡଳରେ ୬ଜଣ ମନ୍ତ୍ରୀଙ୍କ ବୟସ ପଚାଶ ବର୍ଷରୁ କମ୍ । ଏଥିମଧ୍ୟରେ ଡଃ ବାଲଜିତ କୌର, ୪୫, ହରପାଲ ଖେମା, ୪୭ ଏବଂ ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ, ୪୮ । ୫୦ ବର୍ଷରୁ ଅଧିକ ପାଞ୍ଚଜଣ ମନ୍ତ୍ରୀ ହେଉଛନ୍ତି ୫୧ ବର୍ଷିୟ ଲାଲ ଚାନ୍ଦ, ୫୨ବର୍ଷିୟ ବିଜୟ ସିଙ୍ଗଲା, ୫୩ ବର୍ଷିୟ ହରଭଜନ ସିଂ ଇଟିଓ, ୫୬ ବର୍ଷିୟ ବ୍ରାମ ଶଙ୍କର ଏବଂ ୬୦ ବର୍ଷିୟ କୁଲଦୀପ ସିଂ ଧୋଲିୱାଲ୍ ।
ଦୁଇ ମନ୍ତ୍ରୀ ଦଶମ ପାସ୍ ଏବଂ ଦୁଇ ଦ୍ୱାଦଶ ପାସ୍:
ଭଗଓ୍ୱାନ୍ତ ମାନ କ୍ୟାବିନେଟରେ ଅନ୍ତର୍ଭୁକ୍ତ ମନ୍ତ୍ରୀମାନଙ୍କ ମଧ୍ୟରେ କେବଳ ଦୁଇଜଣ ମନ୍ତ୍ରୀ ଦଶମ ପାସ୍ କରିଛନ୍ତି । ଦଶମ ପାସ୍ ମନ୍ତ୍ରୀଙ୍କ ମଧ୍ୟରେ ଅଜନାଲାରୁ ଜିତିଥିବା କୁଲଦୀପ ସିଂ ଧୋଲିୱାଲ ଏବଂ ଭୋଆରୁ ଜିତିଥିବା ଲାଲ ଚାନ୍ଦ ଅଛନ୍ତି । ନିର୍ବାଚନ ଆଫିଡେଭିଟ୍‌ରେ ଧଲିୱାଲ ନିଜକୁ ଜଣେ କୃଷକ ଏବଂ ଲାଲ ଚାନ୍ଦଙ୍କୁ ଜଣେ ସାମାଜିକ କର୍ମୀ ବୋଲି ବର୍ଣ୍ଣନା କରିଛନ୍ତି । ଦ୍ୱାଦଶ ପାସ୍ ମନ୍ତ୍ରୀଙ୍କ ମଧ୍ୟରେ ପାଟିରୁ ଜିତିଥିବା ଲାଲ ଜିତ ସିଂ ଭୁଲର ଏବଂ ହୋଶିଆରପୁରରୁ ଜିତିଥିବା ବ୍ରାମ ଶଙ୍କର ଅଛନ୍ତି । ମୁଖ୍ୟମନ୍ତ୍ରୀ ମାନ ମଧ୍ୟ ଦ୍ୱାଦଶ ପାସ୍ ।

Related Posts