ଯାଜପୁର ଜିଲ୍ଲାରେ କୋଟି କୋଟି ଟଙ୍କାର ପାଇଖାନା ଦୁର୍ନୀତି ଅଭିଯୋଗ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ଯାଜପୁର ଜିଲ୍ଲାରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଗତ ସାତ ବର୍ଷ ( ୨୦୧୪-୧୫ ରୁ ୨୦୨୦-୨୧) ମଧ୍ୟରେ ସ୍ଵଛ ଭାରତ ମିଶନରେ ପାଇଖାନା ନିର୍ମାଣରେ ୨୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ବିଡମ୍ବନାର ବିଷୟ ଏବେବି ଅଧାରୁ ଅଧିକ ଗ୍ରାମରେ ପାଇଖାନା ନାହିଁ । ତେବେ ପାଇଖାନା ନିର୍ମାଣ ନାମରେ କୋଟି କୋଟି ଟଙ୍କା ଲୁଟ ହୋଇଛି ବୋଲି ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା। ଆରଟିଆଇ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, 2014-15 ଆର୍ଥିକ ବର୍ଷରେ ଶୂନ୍ୟ, 2015-16 ରେ 315000000, 2016-17 ରେ 550000000, 2017-18 ଆର୍ଥିକ ବର୍ଷରେ 189796775, 2018-19 ରେ 531172836, 2019-20 ରେ 725334563 ଏବଂ 2020-21 ଆର୍ଥିକ ବର୍ଷରେ 532930529 ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ 2014-15 ଆର୍ଥିକ ବର୍ଷରେ 26694418(ପୂର୍ବ ବର୍ଷର ବଳକା ରାଶି) ,2015-16 ରେ 298977791, 2016-17 ଆର୍ଥିକ ବର୍ଷରେ 463203089, 2017-18 ରେ 302259373,2018-19 ରେ 531172869, 2019-20 ରେ 725334563 ଏବଂ 2020-21 ଆର୍ଥିକ ବର୍ଷରେ 532930529 ଟଙ୍କା ଖର୍ଚ୍ଚ ହୋଇଛି ।

Related Posts