ଆଇ ଫୋନ ପାସୱାର୍ଡ ନଦେବାରୁ ଦ୍ୱାଦଶ ଶ୍ରେଣୀ ଛାତ୍ରକୁ ହତ୍ୟା କଲା ସାଙ୍ଗ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଉତ୍ତର ପଶ୍ଚିମ ଦିଲ୍ଲୀରେ ବୁଧବାର ଦିନ ଦ୍ୱାଦଶ ଶ୍ରେଣୀ ଛାତ୍ରକୁ ତାର ୨୦ ବର୍ଷୀୟ ବନ୍ଧୁ ଆଇଫୋନ୍ ପାସୱାର୍ଡ ନ ଦେବାରୁ ହତ୍ୟା କରିଥିବା ପୁଲିସ କହିଛି । ଏହି ଘଟଣାଟି ଦିଲ୍ଲୀର ପିଟମପୁରା ଏକ ପାର୍କରେ ଘଟିଥିବା କହିଛି । ଅଭିଯୁକ୍ତି ମହାରାଜା ଆଗ୍ରେସେନ୍ ଇନଷ୍ଟିଚୁ୍ୟଟ୍ ମ୍ୟାନେଜମେଣ୍ଟ ଷ୍ଟଡିଜ ବିବିଏ ଛାତ୍ର । କାରଖାନା ଚଳାଉଥିବା ପିଡିତଙ୍କ ବାପା ପୁଅ ଘରକୁ ନଆସିବାରୁ ନିଖୋଜ ରିପୋର୍ଟ ଲେଖିଥିଲେ । ପୁଲିସ କହିଛିଯେ ଏପ୍ରିଲ ୨୧ ତାରିଖରେ ସକାଳୁ ଘରୁ ପିଡିତ ଯାଇଥିଲା କିନ୍ତୁ ଘରକୁ ଫେରିନଥିଲେ । ରବିବାର ଦିନ ପିଟମପୁରା ଏକ ପାର୍କ ଭିତରେ ବିଛିନ୍ନ ଯାଗାରେ ଏକ ମୃତ ଦେହ ପଡିଥିବା ପୁଲିସ ସୂଚନା ପାଇଥିଲା । ନିକଟରେ ଏକ ବଡ ଟେଡି ଭାଲୁ ପଡିଥିବା ଦେଖିବାକୁ ମିଳିଥିଲା ଓ ଘଟଣା ସ୍ଥଳରୁ ମଧ୍ୟ ଡ୍ରଗ୍ସ ଜବତ କରିଛି । ଅନୁସନ୍ଧାନ ବେଳେ ପୁଲିସ ଘଟଣା ସ୍ଥଳରେ ୧୦୦ ରୁ ଅଧିକ ସିସିଟିଭି କ୍ୟାମେରା ସ୍କାନ କରି ସମସ୍ତ ଘଟଣା ଦେଖିଥିଲେ ।

Related Posts