ବଳାତ୍କାର ଅଭିଯୋଗ ରେ ରୋନାଲ୍ଡୋ ଙ୍କ ଠାରୁ ୫୮୦ କୋଟି ଟଙ୍କାର କ୍ଷତପୂରଣ ଦାବିକଲେ ପୂର୍ବତନ ମଡେଲ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କ୍ୟାଥ୍ରିନ୍ ମେୟରେଗା ନାମକ ଜଣେ ପୁର୍ବତନ ମଡେଲ୍ ପ୍ରସିଦ୍ଧ ଫୁଟବଲର କ୍ରିଷ୍ଟିଆନୋ ରୋନାଲଡୋ ୨୦୦୯ ରେ ଲାସ୍ ଭେଗାସ୍ ହୋଟେଲରେ ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି । ରୋନାଲଡୋ ଏଭଳି ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଥିବା ବେଳେ ଟ୍ୱିଟ୍ କରି କହିଛନ୍ତି ଯେ ମୋ ବିରୋଧରେ ଆସିଥିବା ଅଭିଯୋଗକୁ ମୁଁ ସପୂର୍ଣ୍ଣ ଭାବରେ ଅସ୍ୱୀକାର କରୁଛି । ଯାହା ମୁଁ ବିଶ୍ୱାସ କରେ ବଳାତ୍କାର ଏକ ଘୃଣ୍ୟ ଅପରାଧ ଏବଂ ଏହା ବିରୋଧରେ ଯାଏ । ବର୍ତ୍ତମାନ ରିପୋର୍ଟ ଅନୁଯାଇ ଆମେରିକାର ପୁର୍ବତନ ମଡେଲ କ୍ୟାଥ୍ରିନ୍ ମେୟରେଗା ଏହି ବଳାତ୍କାର ଅଭିଯୋଗରେ ରୋନାଲଡୋଙ୍କ ଠାରୁ ୫୮୦ କୋଟି ଟଙ୍କାର କ୍ଷତିପୁରଣ ଦାବି କରୁଛନ୍ତି ।

Related Posts