ବର୍ଷ ଶେଷ ସୁଦ୍ଧା ହୋଇପାରେ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ: ରାଜନାଥ ସିଂହ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବର୍ଷ ଶେଷ ସୁଦ୍ଧା ହୋଇପାରେ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୂଚନା ଦେଇଛନ୍ତି । ସେପଟେ ମହାରାଜା ଗୁଲାବ ସିଂହଙ୍କର ରାଜ୍ୟାଭିଷେକର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ସିଂହ କହିଛନ୍ତି, ନିକଟରେ ଜମ୍ମୁ-କାଶ୍ମୀରରେ ପୁନଃ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହୋଇଛି । ବର୍ତ୍ତମାନ ବିଧାନସଭାରେ ଜମ୍ମୁର ୪୩ଟି ଆସନ ଓ କାଶ୍ମୀରର ୪୭ଟି ଆସନ ରହିବ ।

ନିର୍ବାଚନ ଆୟୋଗ ମଧ୍ୟ କେନ୍ଦ୍ରଶାସିତ ଅଞ୍ଚଳର ମତଦାତା ତାଲିକାରେ ସଂଶୋଧନ ଆରମ୍ଭ କରିଛନ୍ତି । ଅଗଷ୍ଟ ୩୧ ତାରିଖ ମଧ୍ୟରେ ଡ୍ରାଫ୍ଟ ପ୍ରସ୍ତୁତ ହେବ । ତା’ର ଦୁଇଦିନ ପରେ ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନର ତାରିଖକୁ ନେଇ ସୂଚନା ସାମ୍ନାକୁ ଆସିପାରେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts