ଯାଦୁଗରୀରୁ ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ ବିଜେତା

ରାଜସ୍ଥାନର ବାସିନ୍ଦା ଜାଭେଦ ଖାନ୍‌ ଏବେ ରାତାରାତି ପାଲଟିଯାଇଛନ୍ତି ଷ୍ଟାର୍‌ । ନିଜର ପ୍ରତିଭା ପାଇଁ ଜାଭେଦ ଏବେ ସାରା ଦେଶରେ ଯାଦୁଗର ଭାବେ ପ୍ରସିଦ୍ଧ ହୋଇସାରିଛନ୍ତି । ତାଙ୍କ ରାଜ୍ୟ ରାଜସ୍ଥାନରେ ତ ସେ ପାଲଟି ଯାଇଛନ୍ତି ସେଲିବ୍ରିଟି ।

ଟିଭି ରିୟଲିଟି ସୋ ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟରେ ଜାଭେଦ ଏମିକି ଟ୍ରିକ୍‌ ଦେଖାଇଲେ ଦର୍ଶକଙ୍କଠାରୁ ନେଇ ଜଜ୍‌ ସମସ୍ତେ ଚକିତ ହୋଇଗଲେ । ତାସ୍‌ ପତ୍ତାରେ ନିଜ ହାତ ସଫେଇର ଏମିତି କାରନାମା ଦେଖାଇଲେ ଜାଭେଦ୍‌ ଯାହା ଫଳରେ ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ ସିଜିନ୍‌ 8ର ବିଜେତା ହେଲେ ।

ଜାଭେଦ ଖାନ୍‌ଙ୍କ ଘର ରାଜସ୍ଥାନର ସିରୋହୀରେ । ସେ ଆଇଟି ଟେକ୍ନିସିଆନ୍‌ ଭାବେ କାମ କରନ୍ତି । କିନ୍ତୁ ଯାଦୁଗରୀର ନିଶା ଭିତରେ ବସା ବାନ୍ଧିଛି । ଏହି କାରଣରୁ ସବୁ ସମୟରେ ତାଙ୍କ ହାତ ରହେ ତାସ୍‌ର ପତ୍ତା ଉପରେ । ତାଙ୍କ ଆଙ୍ଗୁଳିର ଇସାରାରେ ଚାଲନ୍ତି ତାସ୍‌ର । ସେ ଯେମିତି ଚାହାନ୍ତି ତାସ୍‌ ପତ୍ତାର ଚାଲ୍‌ ସେମିତି ବଦଳାଇ ଦିଅନ୍ତି ।

ଗରିବ ପରିବାରର ଜାଭେଦ ‘ଇଣ୍ଡିଆଜ୍‌ ଗଟ୍‌‌ ଟ୍ୟାଲେଣ୍ଟ’ର ବିଜେତା ହେବା ଫଳରେ ଖୁବ୍‌ ପ୍ରସିଦ୍ଧ ହୋଇଯାଇଛନ୍ତି । ରାଜସ୍ଥାନରେ ଏବେ ତାଙ୍କୁ ଲୋକେ ମ୍ୟାଜିକ୍‌ ମ୍ୟାନ୍‌ ବୋଲି ଡାକୁଛନ୍ତି ।

Related Posts