
ମୁମ୍ବାଇ: ଦଶହରା ପୂର୍ବରୁ ପୁଣି ଉଦ୍ଧବ ଠାକରେଙ୍କୁ ଆଉ ଏକ ଧୋକା ମିଳିଛି। ମୁମ୍ବାଇର ଓର୍ଲି ଏରିଆର ୩୦୦୦ ଶିବସେନା ସଦସ୍ୟ ଉଦ୍ଧବଙ୍କ ହାତ ଛାଡ଼ି ସିନ୍ଦେଙ୍କ ପକ୍ଷରେ ସାମିଲ ହୋଇଛନ୍ତି। ଏପଟେ ଉଦ୍ଧବଙ୍କ ଟିମ୍ ଦଶହରା ରାଲି କରିବାକୁ ବମ୍ବେ ହାଇକୋର୍ଟଙ୍କରୁ ଅନୁମତି ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏଭଳି ଝଟ୍କା ଲାଗିଛି।
ମୁମ୍ବାଇ ଓର୍ଲି ଏରିଆରେ ଆଦିତ୍ୟ ଠାକ୍ରେ ବିଧାୟକ ଥିବା ବେଳେ ଉକ୍ତ ନିର୍ବାଚନ ମଣ୍ଡଳୀରୁ ଏତେ ସଂଖ୍ୟକ ବିଧାୟକ ଦଳ ଛାଡ଼ିବା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି।
ସୂଚନା ଥାଉକି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ଲୋଭରେ କଂଗ୍ରେସ ଓ ଏନ୍ସିପି ସହିତ ମିଶି ଏମ୍ଭିଏ ସରକାର ଗଠନ କରିଥିଲେ। ଏହାର କିଛି ବର୍ଷ ପରେ ୩୯ ବିଧାୟକ ଏହାକୁ ବିରୋଧ କରି ସୁରତ ଫେରାର ହୋଇଯାଇଥିଲେ। ଏମାନଙ୍କର ନେତୃତ୍ୱ ନେଇଥିଲେ ଏକନାଥ ସିନ୍ଦେ। ଏହାପରେ ବିଜେପି ସହ ମେଣ୍ଟ କରି ସରକାର ଗଠନ କରିଥିଲା ଏକନାଥ ସିନ୍ଦେଙ୍କ ଶିବସେନା।
ସେବେଠାରୁ ସିନ୍ଦେଙ୍କ ଟିମ୍ ଓ ଉଦ୍ଧବଙ୍କ ଟିମ୍ ମଧ୍ୟରେ ମୁହାଁମୁହିଁ ଜାରି ରହିଛି। ସିନ୍ଦେ ମଜଭୁତ ହେଉଥିବା ବେଳେ ଉଦ୍ଧବ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛନ୍ତି।