ଜୟନ୍ତ ଚୌଧୁରୀ ନୂଆ ନୂଆ ରାଜନୀତିକୁ ଆସିଛନ୍ତି, ତେଣୁ ତାଙ୍କୁ କ୍ଷମା କରିଦେବା ଉଚିତ; ଜୟନ୍ତଙ୍କ ‘ଚୱାନୀ’ ବୟାନ ଉପରେ ଏପରି କହିଲେ ଧର୍ମେନ୍ଦ୍ର ପ୍ରଧାନ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ଚଳଚଞ୍ଚଳ ହୋଇ ଉଠୁଛି । ବିଶେଷକରି ରାଜନେତାମାନେ ପରସ୍ପରକୁ ଉପରେ ବୟାନ ବାଜି କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଉତ୍ତରପ୍ରଦେଶ ବିଜେପି ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ଲୋକଦଳର ନେତା ଜୟନ୍ତ ଚୌଧୁରୀଙ୍କୁ ସମାଲୋଚନା କରିଥିବାର ଦେଖିବାକୁ ମିଳିଛି । ତେବେ କିଛି ଦିନ ପୂର୍ବରୁ ଅମିତ ଶାହା ଦିଲ୍ଲୀରେ ଜାଟ ନେତାଙ୍କ ସହ ସାକ୍ଷାତ ପରେ ବିଜେପି ନେତାମାନେ ଜୟନ୍ତ ଚୌଧୁରୀଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ବିଜେପିରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ମୁଁ ଚଉନି ନୁହେଁ ଯେ ବଦଳିଯିବି ବୋଲି ଜୟନ୍ତ ଚୌଧୁରୀ କଟାକ୍ଷ କରି କହିଥିଲେ । ଏହା ପରେ ଦେଶର ରାଜନୀତି ବେଶ ସରଗରମ ହୋଇ ଉଠିଥିଲା ।

ଏବଂ ଧମେନ୍ଦ୍ର ପ୍ରଧାନ ଏହାକୁ ନେଇ ଜୟନ୍ତ ଚୌଧୁରୀଙ୍କୁ କଡ଼ା ସମାଲୋଚନା କରିଥିବାର ଦେଖିବାକୁ ମିଳିଛି । ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଆକ୍ରମଣ କରି କହିଛନ୍ତି ଯେ ଜୟନ୍ତ ଚୌଧୁରୀ ଜଣେ ଶିଶୁ, ବର୍ତ୍ତମାନ ନୂଆନୂଆ ରାଜନୀତି କ୍ଷେତ୍ରକୁ ଆସିଛନ୍ତି । ତାଙ୍କ ବାପା କେତେଥର ଦଳଅଦଳ ବଦଳ କରିଛନ୍ତି ତାହା ଆମକୁ ଜଣା । ତେବେ ତାଙ୍କ ଇତିହାସ ଏତେ ଦୁର୍ବଳ କହି ଆମେ ଜାଣିନଥିଲୁ । ପିଲା ଭାବି ଜୟନ୍ତ ଚୌଧୁରୀଙ୍କୁ କ୍ଷମା କରିଦେବା ଉଚିତ ବୋଲି କଟାକ୍ଷ କରି ଉତ୍ତରପ୍ରଦେଶରେ ବିଜେପି ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଅନ୍ୟପଟେ କୃଷକଙ୍କ ଆନ୍ଦୋଳନ ପରଠାରୁ ପଶ୍ଚିମ ୟୁପିରେ ଥିବା ଜାଟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ କିଛି ବିଜେପି ନେତା ଜୟନ୍ତ ଚୌଧୁରୀଙ୍କୁ ବିଜେପିରେ ଯୋଗ ଦେବାକୁ ନିମନ୍ତ୍ରଣ ଦେଇଛନ୍ତି । ଏହାର ଜବାବରେ ଜୟନ୍ତ ଚୌଧୁରୀ ଟ୍ୱିଟ୍ କରି କହିଛନ୍ତି ଯେ ଯଦି ବିଜେପିକୁ ନିମନ୍ତ୍ରଣ ଦେବାକୁ ଚାହୁଁଛି ତାହାଲେ ୭୦୦ କୃଷକଙ୍କୁ ଦେବା ଉଚିତ । ଯାହାଙ୍କର ଘର ନଷ୍ଟ ହୋଇଯାଇଛି ବୋଲି ଜୟନ୍ତ ଚୌଧୁରୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମା ନ ରାଜନୀତି ବେଶ ସରଗରମ ହୋଇ ଉଠିଛି ।

Related Posts