ପେଗାସସ ଡିଲକୁ ନେଇ ମୋଦିଙ୍କୁ ଧୋଇଦେଲେ ଚିଦାମ୍ବରମ, ୨୦୨୪ ନିର୍ବାଚନ ପୂର୍ବରୁ ଯଦି ଇସ୍ରାଏଲ ପାଖରେ ଉନ୍ନତ ସ୍ପାଏୱେର ରହିଛି ତାହାଲେ ସରକାର ୨ ନୁହଁ ୪ ବିଲିୟନରେ କିଣନ୍ତୁ, ଇଲେକ୍ସନ ଜିତିବା ସହଜ ହେବ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ବର୍ତ୍ତମାନ ପେଗାସସକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ବିଶେଷ କରି ନ୍ୟୁୟର୍କ ଟାଇମ୍ସରେ ଭାରତ ସରକାରଙ୍କ ସମ୍ପୃକ୍ତି ଥିବା କଥା ସାମ୍ନାକୁ ଆସିବା ପରେ ବିରୋଧୀଙ୍କ ଟାର୍ଗେଟରେ ରହିଛି ଶାସକ ଦଳ । ଏନେଇ କେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କଟାକ୍ଷ କରୁଥିବାର ବେଳେ ଆହୁରି ଅନେକ ନେତା ଏନେଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଥିବାର ଦେଖିବାକୁ ମିଳିଛି । ସେପଟେ ଏନେଇ ପ୍ରଧାନମନ୍ତ୍ରୀ ମଧ୍ୟ ମୁହଁ ଖୋଲିଛନ୍ତି । ତେବେ ଭାରତ ଓ ଇସ୍ରାଏଲ ମଧ୍ୟରେ ନୂଆ ଲକ୍ଷ୍ୟ ନିଦ୍ଧାରଣ କରିବାର ଏହା ହେଉଛି ଉତ୍ତମ ସମୟ ବୋଲି ପ୍ରଧାମନ୍ତ୍ରୀ କହିଥିଲେ । ଏହା ପରେ ପୁଣି ମୋଦିଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି ବିରୋଧୀ । ଏହା ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ ମୋଦିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ।

ତେବେ ଭାରତ-ଇସ୍ରାଏଲ୍ ସମ୍ପର୍କରେ ନୂତନ ଲକ୍ଷ୍ୟ ସ୍ଥିର କରିବା ପାଇଁ ଭଲ ସମୟ ଆସି ପାରିବ ନାହିଁ । ତେଣୁ ଇସ୍ରାଏଲ ପାଖରେ ପେଗାସସ ସ୍ପାଏୱେୟାରର ଉନ୍ନତ ସଂସ୍କରଣ ଅଛିକି ନାହିଁ ତାହା ପଚାରିବାର ଏହା ହେଉଛି ଉଚିତ ସମୟ ବୋଲି ଚିଦାମ୍ବରମ କହିଛନ୍ତି । ସେପଟେ ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୧୭ ରେ ଇସ୍ରାଏଲ ସହ ୨ ବିଲିୟନ ଡଲାରର ପ୍ରତିରକ୍ଷା ଚୁକ୍ତିରେ ଭାରତ ପେଗାସସ ସ୍ପାଏୱେୟାର କିଣିଛି। ଏପରି କରିବା ଦେଶଦ୍ରୋହ ବୋଲି ବିରୋଧୀ ଦଳମାନେ କହିଛନ୍ତି । ଅନ୍ୟପଟେ ଭାରତ-ଇସ୍ରାଏଲ ସମ୍ପର୍କରେ ନୂତନ ଲକ୍ଷ୍ୟ ସ୍ଥିର କରିବାର ସର୍ବୋତ୍ତମ ସମୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କିନ୍ତୁ ପେଗାସସ ସ୍ପାଏୱେୟାରର କୌଣସି ଉନ୍ନତି ସଂସ୍କରଣ ଅଛି କି ନାହିଁ ଇସ୍ରାଏଲକୁ ପଚାରିବା ପାଇଁ ଏହା ସର୍ବୋତ୍ତମ ସମୟ ବୋଲି ପି ଚିଦାମ୍ବରମ କଟାକ୍ଷ କରି କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ଶେଷ ଚୁକ୍ତି ୨ ବିଲିୟନ ଡଲାର ଥିଲା । ହେଲେ ଭାରତ ଏଥର ଭଲ କରିପାରେ । ଯଦି ୨୦୨୪ ନିର୍ବାଚନ ପୂର୍ବରୁ ଯଦି ଆମେ ଅଧିକ ଅତ୍ୟାଧୁନିକ ସ୍ପାଇୱେୟାର ପାଇଥାଉ ତାହାଲେ ଆମେ ସେମାନଙ୍କୁ ୪ ବିଲିୟନ ଡଲାର ମଧ୍ୟ ଦେଇପାରିବା ବୋଲି ପୂର୍ବତନ ଗୃହମନ୍ତ୍ରୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts