ନୂଆଦିଲ୍ଲୀ : ଆଜିଠୁ ବିହାରରେ ଗଠନ ହେବ ନୂଆ ସରକାର । ଜେଡିୟୁ-ଆରଜେଡି ମେଣ୍ଟ ଭାବେ ନୂଆ ସରକାର ଗଠନ କରିବେ । ଏଥିସହ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ କୁମାର ।

ଅପରାହ୍ଣ ୨ଟାରେ ରାଜଧାନୀ ପାଟନାରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ସମାରୋହ । ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତୀଶ । ଏଥି ସହ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ମଧ୍ୟ ଶପଥ ଗ୍ରହଣ ହେବ ।

ତେବେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସାନ ବୋହୂ ରାଜଶ୍ରୀ ଉପ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଗତକାଲି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଯାଦବଙ୍କ ବାସଭବନରେ ମହାଗଠବନ୍ଧନର ବୈଠକ ବସିଥିଲା । ଏଥିରେ ଆରଜେଡି , ଜେଡିୟୁର ସମେତ ୭ଟି ଦଳର ବରିଷ୍ଠ ନେତା ଓ ବିଧାୟକ ମାନେ ଯୋଗ ଦେଇଥିଲେ । ମହାଗଠବନ୍ଧନରେ ନୀତୀଶଙ୍କ ପ୍ରତି ୭ଟି ଦଳର ସମର୍ଥନ ରହିଛି ।

ଏହା ସହ ମୋଟ ୧୬୪ ଜଣ ବିଧାୟକ ନୀତୀଶଙ୍କୁ ସମର୍ଥନ ରହିଛି । ବିଜେପି -ଜେଡିୟୁ ମେଣ୍ଟ ଭାଙ୍ଗିବା ପରେ ଗତକାଲି ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏହା ପରେ ଜେଡିୟୁ ସହ ମିଶି ନୂଆ ସରକାର ଗଢିବାକୁ ଯାଉଛନ୍ତି ନୀତୀଶ କୁମାର ।