ବଢ଼ିଲା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଡ଼ୁଆ; ବିଧାନସଭା ସଭ୍ୟପଦ ରଦ୍ଦ କଲେ ନିର୍ବାଚନ କାମିଶନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କିଛିଦିନ ଧରି ବେଶ୍ ଚର୍ଚ୍ଚାରେ ରହି ଆସିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ତେବେ ହେମନ୍ତଙ୍କୁ ନେଇ କରାଯାଉଥିବା ଆଶଙ୍କା ଏବେ ସତ୍ୟ ପ୍ରମାଣିତ ହୋଇଛି । ଆଜି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାଙ୍କ ବିଧାନସଭା ସଭ୍ୟପଦ ରଦ୍ଦ କରାଯାଇଛି । ଏନେଇ ନିର୍ବାଚନ ଆୟୋଗ ଝାଡଖଣ୍ଡ ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ସୂଚନା ଦେଇଛନ୍ତି । ଏହାପରେ ରାଜ୍ୟପାଳଙ୍କ ତରଫରୁ ନିର୍ଣ୍ଣାୟକ ନିଷ୍ପତ୍ତି ଜାରି କରାଯିବ ।ଏହାପରେ ସ୍ପଷ୍ଟ ହେବ କି ଏବେ ହେମନ୍ତ ସୋରେନଙ୍କ ସଭ୍ୟପଦ ରଦ୍ଦ ହେବା ପରେ ସେ ଆଗକୁ ନିର୍ବାଚନ ଲଢି ପାରିବେ କି ନାହିଁ ।

ସୂଚନାଯୋଗ୍ୟ ଯେ, ଝାଡ଼ଖଣ୍ଡରେ କ୍ଷମତାରେ ଥିବା ହେମନ୍ତ ସୋରେନ କିଛି ଖଣିର ପଟ୍ଟା ନିଜ ନାମରେ କରାଇ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହାକୁ ନେଇ ବିରୋଧୀଦଳ ନିର୍ବାଚନ ଆୟୋଗଙ୍କ ନିକଟରେ ଅଫିସ ଅଫ୍ ପ୍ରଫିଟ ଆଧାରରେ ମାମଲା ରୁଜୁ କରିଥିଲେ । ଅନ୍ୟ ପକ୍ଷରେ ଝାଡଖଣ୍ଡ ରାଜ୍ୟପାଳ ରମେଶ ବୈସ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି । ସେ ମଧ୍ୟାହ୍ନ ୧୨ ଟାରେ ଦିଲ୍ଲୀରୁ ବାହାରି ଦିନ ୨ ଟାରେ ରାଞ୍ଚିରେ ପହଂଚିବେ । ଏହାପରେ ଦିନ ୩ ଟା ବେଳେ ସେ ନିର୍ବାଚନ ଆୟୋଗଙ୍କ ଚିଠି ସାର୍ବଜନୀନ କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

Related Posts