ତଲାକ୍ କୁ କେହି ରୋକି ପାରିବେ ନାହିଁ : କେରଳ ହାଇକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏହି ରାୟ ଅନୁଯାୟୀ ଜଣେ ମୁସଲମାନ ପୁରୁଷଙ୍କୁ ତାଙ୍କ ସ୍ତ୍ରୀଙ୍କୁ ତଲାକ୍ ଦେବାରେ କେହି ରୋକି ପାରିବେ ନାହିଁ। ଏଥିସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସମ୍ପୃକ୍ତ ବ୍ୟକ୍ତିଙ୍କର ପୁଣି ଥରେ ବିବାହ କରିବାକୁ ବନ୍ଦ କରାଯାଇପାରିବ ନାହିଁ। କେରଳ ହାଇକୋର୍ଟରେ ଦୁଇଟି ପିଟିଶନର ଶୁଣାଣି ହୋଇଛି।ପାରିବାରିକ କୋର୍ଟ ଦ୍ୱାରା ଜାରି ରହିଥିବା ଆଦେଶକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋଲାମର ଜଣେ ବ୍ୟକ୍ତି ଆଡଭୋକେଟ ମାଜିଡା ଏସଙ୍କ ମାଧ୍ୟମରେ ଏହି ଆବେଦନ କରିଥିଲେ। ଏହି ଆବେଦନରେ ଚାଓ୍ବରା ପରିବାର କୋର୍ଟ ଦ୍ୱାରା ଜାରି ହୋଇଥିବା ଦୁଇଟି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା। ପାରିବାରିକ କୋର୍ଟ ମୁସଲିମ ପୁରୁଷ ସ୍ତ୍ରୀଙ୍କୁ ତଲାକ କହିପାରିବେ ନାହିଁ ବୋଲି କହିଥିଲେ। ପରେ ସ୍ବାମୀ ଏନେଇ ହାଇକୋର୍ଟରେ ପହଞ୍ଚିଥିଲେ। ବିଶେଷ କଥା ହେଉଛି ଯେ ହାଇକୋର୍ଟରେ ପହଞ୍ଚିଥିବା ପୂର୍ବରୁ ଆବେଦନକାରୀ ପ୍ରଥମ ଏବଂ ଦ୍ୱିତୀୟ ତାଲକ କହି ସାରିଥିଲେ। କିନ୍ତୁ ତୃତୀୟ ତାଲକ ପୂର୍ବରୁ ପରିବାର କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ।

କେରଳ ହାଇକୋର୍ଟରେ ଜଷ୍ଟିସ ମହମ୍ମଦ ମୁଶାକକ ଏବଂ ଜଷ୍ଟିସ ସୋଫି ଥୋମାସଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ପରିବାର କୋର୍ଟର ଆଦେଶକୁ ଖାରଜ କରିଛନ୍ତି। ବ୍ୟକ୍ତିଗତ ଆଇନ ବ୍ୟବହାର କରି ପକ୍ଷମାନଙ୍କୁ ଅଟକାଇବାରେ କୋର୍ଟର କୌଣସି ଭୂମିକା ନାହିଁ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ସମ୍ବିଧାନର ଧାରା ୨୫କୁ କୋର୍ଟ ଦର୍ଶାଇଛନ୍ତି। କୋର୍ଟ କହିଛନ୍ତି ଯେ ଯଦି ଏହାକୁ ରୋକିବା ସମ୍ପର୍କରେ ଆଦେଶ ଦିଆଯାଏ, ତେବେ ଏହା ବ୍ୟକ୍ତିର ସମ୍ବିଧାନରେ ସଂରକ୍ଷିତ ଥିବା ଅଧିକାରର ଉଲ୍ଲଂଘନ ହେବ । ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପରିବାର କୋର୍ଟ ଆବେଦନକାରୀଙ୍କୁ ପୁଣି ବିବାହ କରିବାକୁ ବାରଣ କରିପାରିବେ ନାହିଁ।

Related Posts