
ଝାଡଖଣ୍ଡର ବରାକର ନଦୀରେ ଘଟିଛି ବଡ ଅଘଟଣ । ଏକ ଯାତ୍ରୀବାହୀ ଡଙ୍ଗା ବୁଡିଯାଇଛି । ଫଳରେ ୧୬ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ୨ ମୃତଦେହ ଉଦ୍ଧାର ହୋଇଥିବାବେଳେ ଅନ୍ୟ ନିଖୋଜଙ୍କ ସମ୍ପର୍କରେ ସୂଚନା ମିଳିପାରିନାହିଁ ।
ସୂଚନା ପାଇଁ ସ୍ଥାନୀୟ ପ୍ରଶାସନ ଓ NDRF ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଡଙ୍ଗାରେ ମୋଟ କେତେ ଯାତ୍ରୀ ଥିଲେ ଓ କେଉଁ କାରଣରୁ ଡଙ୍ଗାଟି ବୁଡିଲା ସେନେଇ ସ୍ପଷ୍ଟ ତଥ୍ୟ ହସ୍ତଗତ ହୋଇପାରିନାହିଁ ।