ୟୁକ୍ରେନ ଉପରେ ରୁଷର ଆକ୍ରମଣ: ବୈଦେଶିକ ବ୍ୟାପାର ଓ ସୁରକ୍ଷା ୟୁନିୟନର ଉଚ୍ଚ ପ୍ରତିନିଧିଙ୍କ ସହ କଥା ହେଲେ ବୈଦେଶିକ ମନ୍ତ୍ରୀ

ୟୁକ୍ରେନ ଉପରେ ରୁଷ ର ଆକ୍ରମଣ ପରେ ଏବେ ସମସ୍ତଙ୍କ ନଜର ଭାରତର ଆଭିମୁଖ୍ୟକୁ ନେଇ । ଭାରତ କି ପଦକ୍ଷେପ ଗ୍ରହଣ ସେନେଇ ଏବେ ସମସ୍ତଙ୍କ ନଜର ଭାରତ ଉପରେ ଥିବା ବେଳେ, ସେପଟେ ଗୁରୁତ୍ବପୁର୍ଣ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ ୟୁକ୍ରେନ ରାଷ୍ଟ୍ରଦୂତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶାନ୍ତି ପ୍ରତିଷ୍ଠା ଦିଗରେ ଜରୁରୀ ପଦକ୍ଷେପ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି ।

ଅନ୍ୟପଟେ ବର୍ତ୍ତମାନ ସ୍ଥିତି ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଦୈଶିକ ବ୍ୟାପାର ମନ୍ତ୍ରୀ ଡ.ଏସ ଜୟଶଙ୍କର । ଜୟଶଙ୍କର କହିଛନ୍ତି, ସେ ବୈଦେଶିକ ବ୍ୟାପାର ଓ ସୁରକ୍ଷା ୟୁନିୟନର ଉଚ୍ଚ ପ୍ରତିନିଧି High Representative of the Union for Foreign Affairs and Security Policy (EU HRVP ) ଜୋସେପ ବୋରେଲ ଫଣ୍ଟେଲ୍ସଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ସେହିପରି ୟୁକ୍ରେନର ଏପରି ଗମ୍ଭୀର ପରିସ୍ଥିତିରେ ଭାରତ କଣ ଓ କିପରି ସହଯୋଗ କରିପାରିବ ଏନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି ।

ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସ୍ଥିତି ଉପରେ ନଜର ରଖିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଜାରି ରହିଛି । ଏହି ବୈଠକରେ ଭାରତ ତାର ଆଗାମି ଆଭିମୁଖ୍ୟ ଓ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିପାରେ । ଅନ୍ୟ ପ୍ରମୁଖ ପଶ୍ଚିମ ରାଷ୍ଟ୍ରମାନେ ଆକ୍ରମଣ ପାଇଁ ଋଷକୁ ନିନ୍ଦା କରିଛନ୍ତି ।

Related Posts