ଜିନ୍ଦଲ କମ୍ପାନୀର ଦାଦାଗିରି; ଜମି ମାଲିକଙ୍କ ବିନା ଅନୁମତିରେ ପଟ୍ଟାଭୁକ୍ତ ଜମିରେ ସ୍ଲରୀ ପାଇପ ଲାଇନ ବିଛାଉଛି କମ୍ପାନୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜିନ୍ଦଲ କମ୍ପାନୀ ବିରୋଧରେ ସଂଘାତିକ ଆଭିଯୋଗ ଆସିଛି । ତେବେ ଜମି ମାଲିକଙ୍କ ବିନା ଅନୁମତିରେ ସେମାନଙ୍କ ପଟ୍ଟାଭୁକ୍ତ ଜାଗାଦେଇ ସ୍ଲରୀ ପାଇପ୍ ଲାଇନ୍ ବିଛାଯାଛି କମ୍ପାନୀ। ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦୁଝର ଜିଲ୍ଲା, ଯୋଡ଼ା ଥାନା, ଲହଣ୍ଡା ଗ୍ରାମବାସୀ। ସେପଟେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲି. କମ୍ପାନୀ ପକ୍ଷରୁ ଦେଓଝର ଠାରୁ ଅନୁଗୋଳ ପର‌୍ୟ୍ୟନ୍ତ ସ୍ଲରୀ ପାଇପ୍ ଲାଇନ୍ ବିଛାଇବା କାମ ଚାଲିଛି। ଏହି ପାଇପ୍ ଲାଇନ୍ ବିଛାଇବା କାମ ଠିକାରେ ନେଇଛି ଏସାର କମ୍ପାନୀ। ତେବେ ସମ୍ପୃକ୍ତ ଠିକା କମ୍ପାନୀ, ଲହଣ୍ଡା ନିକଟ ୫୨୦ନଂ ଜାତୀୟ ରାଜପଥ କଡ଼ରେ ଥିବା ସେମାନଙ୍କ ପଟ୍ଟାଭୁକ୍ତ ଜମି ଉପରେ ବେଆଇନ ଭାବେ ପାଇପ୍ ବିଛାଉଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ଯେଉଁ ପ୍ଲଟ୍ ଦେଇ ଏହି ପାଇପ୍ ଲାଇନ୍ ବିଛାଯାଉଛି, ତାହାର ପଟ୍ଟା ସେମାନଙ୍କ ନାଁରେ ରହିଥିବା ଗ୍ରାମବାସୀମାନେ ଦର୍ଶାଇଛନ୍ତି। କାହାକୁ କିଛି ନଜଣାଇ ଜମି ଚିହ୍ନଟ ନକରି ରାତାରାତି ମେସିନ୍ ଲଗାଇ ସେମାନଙ୍କ ପଟ୍ଟାଭୁକ୍ତ ଜାଗାରେ ସ୍ଲରୀ ପାଇପ୍ ଲାଇନ୍ ବିଛାଯାଉଛି ବୋଲି ଜମି ମାଲିକମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପଟ୍ଟାଧାରୀ ଜମି ମାଲିକଙ୍କ ସହ ଜିନ୍ଦଲ କମ୍ପାନୀ କର୍ତ୍ତୃପକ୍ଷ ଆଲୋଚନା କରି ସମାଧାନର ବାଟ ବାହାର ନକଲେ ପାଇପ୍ ଲାଇନ୍ ବିଛାଇବାକୁ ଦିଆଯିବ ନାହିଁ ବୋଲି ରୋକଠୋକ୍ ଶୁଣାଇଦେଇଛନ୍ତି ଜମି ମାଲିକ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts