ପୁରୀ ଗସ୍ତରେ ସୁପ୍ରିମକୋର୍ଟର ବିଚାରପତି ବିନିତ୍ ସରନ୍: ପରିବାର ବର୍ଗଙ୍କ ସହ ଆସି ମହାପ୍ରଭୁଙ୍କ କଲେ ଦର୍ଶନ

ପୁରୀ: ପୁରୀ ଗସ୍ତରେ ସୁପ୍ରିମକୋର୍ଟର ବିଚାରପତି ବିନିତ୍ ସରନ୍ । ସେ ଆଜି ପୁରୀ ଗସ୍ତରେ ନିଜ ପରିବାର ବର୍ଗଙ୍କ ସହ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି |

ପୂର୍ବରୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ବିନିତ ସରନ୍ ଆଜି ନିଜ ପରିବାର ବର୍ଗଙ୍କ ସହ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହାସହ ମାଆ ମହାଲକ୍ଷ୍ମୀ, ବିମଳାଙ୍କ ଦର୍ଶନ ମଧ୍ୟ କରିଥିଲେ।ରାମ ନବମୀ ଅବସରରେ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା ସହ ଖୁସି ବ୍ୟକ୍ତ କରିଥିଲେ। ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମା, ନୀତି ପ୍ରଶାସକ ଓ ସେବାୟତ ମାନେ ଦର୍ଶନ ସମୟରେ ଉପସ୍ଥିତ ଥିଲେ।

ଅନ୍ୟପଟେ ଆଜି ପବିତ୍ର ଶ୍ରୀରାମ ନବମୀ ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ରାମଜନ୍ମ ନୀତି। ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗ ମଣ୍ଡପରେ ଏହି ଜନ୍ମନୀତି ପାଳନ ହେବ। ରାମ ଜନ୍ମ ଠାରୁ ଆରମ୍ଭ କରି ଯଜ୍ଞ ରକ୍ଷା, ସୀତାବିବାହ ସହ ରାବଣ ବଦ୍ଧ ପର୍ଯ୍ୟନ୍ତ ସମସ୍ତ ରାମଲୀଳା ନୀତି ଶ୍ରୀମନ୍ଦିରରେ ପ୍ରତ୍ୟେକ ଦିନ ପାଳନ ହେବ।

ସେହିପରି ଆଜିଠାରୁ ବିଭିନ୍ନ ସାହିରେ ସାହିଯାତ କରାଯାଇ ଏହି ରାମଲୀଳା ପର୍ବକୁ ପାଳନ କରିବାର ପରମ୍ପରା ରହିଛି। କରୋନା ମହାମାରୀ ଯୋଗୁଁ ଗତ ଦୁଇବର୍ଷ ଧରି ଏହି ସାହିଯାତର ବିଭିନ୍ନ ପର୍ଯ୍ୟାୟକୁ ନିରାଡ଼ମ୍ୱର ଭାବେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଏହାକୁ ବେସ୍ ଧୁମଧାମରେ ପାଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି।

Related Posts