ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜେଏମଏମ୍ ମୁଖ୍ୟ ତଥା ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦ୍ରୌପଦୀ ମୁର୍ମୁ ଙ୍କୁ ନିଜ ସମର୍ଥନ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ନେଇ ଦେଶରେ ରାଜନୀତି ସରଗରମ ହୋଇଛି । ଗୋଟିଏ ପଟେ ଏନଡିଏ ସମର୍ଥନ ରେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ମେଣ୍ଟରୁ ପ୍ରାର୍ଥୀ ହୋଇଛନ୍ତି ୟଶବନ୍ତ ସିହ୍ନା । ହେଲେ ନିର୍ବାଚନ ତାରିଖ ଯେତେ ଯେତେ ପାଖେଇ ଆସୁଛି ବିରୋଧୀ ମେଣ୍ଟରୁ ବିଭିନ୍ନ ରାଜନୈତିକ ଦଳମାନେ ବାହାରି ଆସି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିବାରେ ଲାଗିଛନ୍ତି ।
ପ୍ରଥମେ ବିରୋଧୀ ମେଣ୍ଟରୁ ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିବା ପରେ ଆଜି ଝାଡଖଣ୍ଡର ଜେଏମଏମ୍ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବି ଦ୍ରୌପଦୀଙ୍କୁ ସମର୍ଥନ ଦେବା ନେଇ ଘୋଷଣା କରିଛନ୍ତି । ଏହାସହ ଆନ୍ଧ୍ରର ତେଲୁଗଦେଶମ ପାର୍ଟି ମଧ୍ୟ ଦ୍ରୌପଦୀଙ୍କୁ ସମର୍ଥନ ଦେବାକୁ ସହମତି ପ୍ରକାଶ କରିଛି । ତେବେ ଯଶୋବନ୍ତ ଙ୍କୁ ପ୍ରାର୍ଥୀ କରିବାବେଳେ ହେମନ୍ତ ସେ ବୈଠକରେ ଉପସ୍ଥିତ ଥିଲେ ଓ ତାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଥିଲେ। ହେଲେ ଏବେ ସେ ଦ୍ରୌପଦୀ ଙ୍କୁ ସମର୍ଥନ ଘୋଷଣା କରିଛନ୍ତି। ସୂଚନା ଥାଉ କି ଦ୍ରୌପଦୀ ମୁର୍ମୁ ଏହା ପୂର୍ବରୁ ଝାଡ଼ଖଣ୍ଡ ର ରାଜ୍ୟପାଳ ଥିଲେ ।
