
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୟୁପି ପୁଲିସ ରୁଜୁ କରିଥିବା ସୀତାପୁର ମାମଲାରେ ଆଜି ସାମ୍ବାଦିକ ମହମ୍ମଦ୍ ଜୁବୈର୍ଙ୍କୁ ସୁପ୍ରିମ୍ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି। କିନ୍ତୁ, ଧାର୍ମିକ ଭାବାବେଗକୁ ଆଘାତ ଦେଇଥିବା ଅଭିଯୋଗରେ ପ୍ରଥମେ ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଥିବାରୁ ସେ ଦିଲ୍ଲୀ ପୁଲିସ ହେପାଜତରେ ରହିବେ।
ହିନ୍ଦୁ ସାଧୁମାନଙ୍କ ବିଷୟରେ ସେ କରିଥିବା ଟୁଇଟ୍ କାରଣରୁ ରୁଜୁ ହୋଇଥିବା ମାମଲାରେ ଗତକାଲି ଉତ୍ତର ପ୍ରଦେଶର ସୀତାପୁର ଅଦାଲତା ତାଙ୍କୁ ଜାମିନ ଆବେଦନ କୁ ଖାରଚ କରିଦେବାରୁ ସେ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ।
ମଧ୍ୟବର୍ତ୍ତୀକାଳୀନ ଜାମିନ ଅନୁସାରେ, ଜୁବୈର୍ କୌଣସି ଟୁଇଟ୍ ଡିଲିଟ୍ କରିପାରିବେ ନାହିଁ କି, ପ୍ରମାଣ ନଷ୍ଟ କରିବେ ନାହିଁ।
ଏହି ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଉ ବୋଲି ସଲିସିଟର୍ ଜେନେରାଲ୍ ତୁଷାର ମେହେଟା ଅନୁରୋଧ କରିଥିଲେ କିନ୍ତୁ ସୁପ୍ରିମ୍ କୋର୍ଟ ତାଙ୍କ ଅନୁରୋଧ ରକ୍ଷା କରି ନ ଥିଲେ।