କରୋନାରେ ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କ ପରଲୋକ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର : କରୋନା ରାଜ୍ୟରୁ ପୁଣି ଛଡାଇ ନେଇଛି ଜଣେ ଯୁବ ଉଦିୟମାନ ସାମ୍ବାଦିକଙ୍କୁ । ଟାଇମ୍ସ ଅଫ୍ ଇଣ୍ଡିଆର ଦକ୍ଷ ସାମ୍ବାଦିକ ପ୍ରୀତିମାନ ମହାପାତ୍ରଙ୍କର ଦେହାନ୍ତ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନରୁ ସାମ୍ବାଦିକତା ପାଠ୍ୟକ୍ରମ ଶେଷ କରି ଏକାଧିକ ମୁଦ୍ରିତ ଗଣମାଧ୍ୟମରେ ସ୍ୱର୍ଗତ ମହାପାତ୍ର ଦକ୍ଷତାର କାର୍ଯ୍ୟ କରୁଥିଲେ । ୨୦୦୪ ରୁ ୨୦୧୨ ଯାଏ ଦ ନ୍ୟୁୟୁ ଇଣ୍ଡିଆନ୍ ଏକ୍ସପ୍ରେସ ଓ ପରେ ୨୦୧୨ ରୁ ଏଯାଏ ସେ ଟାଇମ୍ସ ଅଫ୍ ଇଣ୍ଡିଆ ରେ କାର୍ଯ୍ୟ କରୁଥିଲେ। ତାଙ୍କର ଅକାଳ ମୃତ୍ୟୁରେ ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

Related Posts