ଜାନୁଆରୀ 19ରେ ବିଜେପି ମଙ୍ଗ ଧରିବେ ନଡ୍ଡା !

(ସତ୍ୟପାଠ ବ୍ୟୁରୋ) ନୂଆଦିଲ୍ଲୀ: ବିଜେପିର ଏକଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଜାନୁଆରି  ୧୯ ତାରିଖରେ ଦାୟିତ୍ବ ଗ୍ରହଣ କରିବେ ଜେ.ପି. ନଡ୍ଡା । ଏବେ ନଡ୍ଡା ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି ।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କାର୍ଯ୍ୟକାଳ ଗତ ବର୍ଷ ଜାନୁଆରି ମାସରେ ଶେଷ ହୋଇଥିଲା ।  କିନ୍ତୁ ନିର୍ବାଚନକୁ ଦୃଷ୍ଟିରେ ରଖି ଶାହାଙ୍କୁ ପଦରେ ରହିବା ପାଇଁ କୁହାଯାଇଥିଲା । ଗତ ସାଧାରଣ ନିର୍ବାଚନ ପରେ ଅମିତ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ ଗୃହମନ୍ତ୍ରୀ ହୋଇଥିଲେ। ଏହାପରେ ଜେପି ନଡ୍ଡାଙ୍କୁ ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଥିଲା ।

 

ସୂଚନା ଅନୁସାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଜେପି ନଡ୍ଡାଙ୍କୁ ଜାନୁଆରି ୧୯ ତାରିଖରେ ଦାୟିତ୍ୱ ନେବେ । ସେପଟେ ଜାନୁଆରି୧୯ ତାରିଖ ସୁଦ୍ଧା ବିଜେପିର ଅଧିକାଂଶ ରାଜ୍ୟ ଶାଖାର ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଏହାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ଜେ.ପି. ନଡ୍ଡା ବିଜେପିର ଏକାଦଶ ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି ।

ଜେ.ପି. ନଡ୍ଡା ଛାତ୍ରାବସ୍ଥାରେ ରାଜନୀତି କ୍ଷେତ୍ରକୁ ଆସିଥିଲେ । ସେ ପ୍ରଥମ ଥର ପାଇଁ ୧୯୮୩ ମସିହାରେ ହିମାଚଳ ପ୍ରଦେଶର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହା ପରେ ରାଜ୍ୟ ସରକାରରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ଖାଲି ସେତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ମନ୍ତ୍ରିମଣ୍ଡଳରେ ସାମିଲ ହୋଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଭାବେ ବି କାର୍ଯ୍ୟ କରିଥିଲେ ନଡ୍ଡା ।

Related Posts