ବିହାର ରାଜନୀତି: ୨୦୨୫ରେ କାର୍ଯ୍ୟକାଳ ସରିବା ପୂର୍ବରୁ ଧରାଶାୟି ହେବ ମହାଗଠବନ୍ଧନ ସରକାର : ସୁଶୀଲ କୁମାର ମୋଦି

ପାଟନା : ଜୋର ଧରିଛି ବିହାର ରାଜନୈତିକ ପାଣିପାଗ । ବିଜେପି ସହ ମେଣ୍ଟ ସରକାର ଭାଙ୍ଗି ନୂଆ ସରକାର ଗଠନ ହୋଇଛି । ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ପରେ ସେ ଆରଜେଡି-ଏଲଇଡି ମହାଗଠବନ୍ଧନ ସାହାଜ୍ୟରେ ପୁଣି କ୍ଷମତାକୁ ଆସିଛନ୍ତି। ଏହା ମଧ୍ୟରେ ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ବିଜେପି ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦି ଟାର୍ଗେଟ କରିଛନ୍ତି । ମହାଗଠବନ୍ଧନ ସରକାର ତାର ୨୦୨୫ରେ କାର୍ଯ୍ୟକାଳ ସରିବା ପୂର୍ବରୁ ଧରାଶାୟି ହେବ।

ସୁଶୀଲ ମୋଦୀ ଜେଡିୟୁ (ଜନତା ଦଳ ୟୁନାଇଟେଡ) ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି ନୀତୀଶ କୁମାର ପ୍ରଧାନମନ୍ତ୍ରୀଙ୍କୁ ଏବଂ ଏନଡିଏକୁ ଭୋଟ ଦେଇଥିବା ବିହାର ଜନତାମାନଙ୍କୁ ଅପମାନିତ କରିଛନ୍ତି। ଏକ ସାମ୍ୱାଦିକ ସମ୍ମିଳନୀକୁ ସମ୍ୱୋଧନ କରି ସୁଶିଲ ମୋଦୀ କହିଛନ୍ତି ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଅସୁସ୍ଥତାର ଫାଇଦା ନେଇ ନୀତୀଶ ଆରଜେଡି ଛାଡ଼ିବେ ଓ ଆରଜେଡିରେ ଫାଟ ସୃଷ୍ଟି କରିବା ପାଇଁ ଚେଷ୍ଠା କରିବେ।

ସେ ଜେଡିୟୁର ନେତା ଆରସିପି ସିଂହଙ୍କ ମାଧ୍ୟମରେ କରାଯାଇଥିବା ଷଡ଼ଯନ୍ତ୍ରର ଦାବିକୁ ଖଣ୍ଡନ କରି ଦାବି କରିଛନ୍ତି ଯେ ଗୃହମନ୍ତ୍ରୀ ଅମିତ ଶାହ ନୀତିଶ କୁମାରଙ୍କ ସହମତି ନେବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କୁ କ୍ୟାବିନେଟରେ ସାମିଲ କରାଯାଇଥିଲା। ସୁଶୀଲ ଆହୁରି କହିଛନ୍ତି, ଆମେ ଦେଖିବାକୁ ଚାହୁଁଛୁ ଯେ ବିହାରରେ ନୂଆ ସରକାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ କିପରି କାର୍ଯ୍ୟ କରୁଛି? ଏହା ଆସନ୍ତା ନିର୍ବାଚନ ପୂର୍ବରୁ ଭାଙ୍ଗିଯିବ ବୋଲି ସୁଶୀଲ କହିଛନ୍ତି।

ସେପଟେ ଲାଗାତାର ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ନୀତୀଶ କହିଛନ୍ତି ବିହାର ଜନତା ନୂଆ ସରକାର ଗଠନ ପରେ ବେଶ ଖୁସି।

Related Posts