ବାଲେଶ୍ୱର ପୋଲିସକୁ ବଡ଼ ସଫଳତା: ୧୦କିଲୋ ଗ୍ରାମ ବ୍ରାଉନ ସୁଗାର ସହ ୬ଜଣ ଗିରଫ

ବାଲେଶ୍ୱର: ବାଲେଶ୍ୱର ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ବଡ଼ ବ୍ୟବସାୟୀ ଉଦ୍ୟମ ପଣ୍ଡ କରିବା ସହ ଚଳିତବର୍ଷ ସବୁଠାରୁ ଅଧିକ ପରିମାଣର ବ୍ରାଉନସୁଗର ଜବତ କରିବାରେ ସକ୍ଷମ ହୋଇଛି ପୋଲିସ । ୧୦କିଲୋ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ।

ତେବେ ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ 11 କୋଟିରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି ଆଇଜି ହିମାଂଶୁ ଲାଲ ।

ଘଟଣାରେ 6 ଜଣ ଧଳା ଜହର ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶର ଆୟୁବ ଏବଂ ବାଲେଶ୍ୱରର ସହଦେବଖୁଣ୍ଟା ଅଞ୍ଚଳର ଏସ.କେ ହୁସେନ୍, ଏସ.କେ ସଫିକ୍, ଏସ.କେ ରାଜୁ, ଏସ.କେ ସମିର, ରିଣ୍ଟୁ ତରେଇ । ମୁଖ୍ୟ ଅଭିଯୁକ୍ତ ମଧ୍ୟପ୍ରଦେଶର ଆୟୁବ ବୋଲି ସୂଚନା ରହିଛି । ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିବାରେ ବାଲେଶ୍ୱର ପୋଲିସକୁ ମିଳିଛି ବଡ଼ ସଫଳତା ।

Related Posts