କହ୍ନେୟାଲାଲ ହତ୍ୟାକାଣ୍ଡ ଘଟଣା: ହାତରେ ଲାଗିଲା ସପ୍ତମ ଅଭିଯୁକ୍ତ

ଜୟପୁର: ଉଦୟପୁର ଟ୍ରେଲର କହ୍ନେୟାଲାଲ ହତ୍ୟାକାଣ୍ଡ ଘଟଣାରେ ଏନଆଇଏ କୁ ମିଳିଛି ଆଉ ଏକ ସଫଳତା । ହାତରେ ଲାଗିଛି ସପ୍ତମ ଅଭିଯୁକ୍ତ । ଅଭିଯୁକ୍ତ ଜଣକ ହେଲେ ଫରାଦ ମହ୍ମଦ ସେଖ୍‌(୩୧)। ତାଙ୍କ ଘର ଉଦୟପୁରରେ । ଉଦୟପୁର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରିୟାଜ୍‌ଙ୍କର ଫରାଦ ଘନିଷ୍ଟ ସହଯୋଗୀ ବୋଲି ଏନଆଇଏ କହିଛି। ପୂର୍ବରୁ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏନଆଇଏ। ତେବେ ଘଟଣାର ତଦନ୍ତ ଜାରି ରହିଥିବା ଏନଆଇଏ କହିଛି।

ସୂଚନାଯୋଗ୍ୟ ଯେ, ରାଜସ୍ଥାନର ଉଦୟପୁରରେ ନୁପୁର ଶର୍ମାଙ୍କ ସମର୍ଥନରେ ଏକ ପୋଷ୍ଟ ଲେଖିଥିବାରୁ ଟେଲର କହ୍ନେୟାଲାଲ ତେଲିଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା ।

ପୋଷାକ ସିଲେଇ କରିବା ବାହାନାରେ ଦୋକାନରେ ପ୍ରବେଶ କରିଥିବା ଦୁଇ ଅଭିଯୁକ୍ତ ଅପରାଧ ଘଟାଇବା ସମୟରେ ମଧ୍ୟ ଏକ ଭିଡିଓ କରିଛନ୍ତି। ଭିଡିଓରେ ଦୁଇଜଣ ହତ୍ୟାକାରୀ ନିଜ ହାତରେ ଖଣ୍ଡା ଧରି ହସି ହସି ହତ୍ୟା କରିଥିବାର ସ୍ୱୀକାର ମଧ୍ୟ କରିଥିଲେ। ଏହି ଘଟଣା ପରେ ଅଭିଯୁକ୍ତମାନେ ଘଟଣାର ଭିଡିଓ ଜାରି କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧମକ ଦେଇଥିଲେ, ଯାହାକି ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଥିଲା ।

Related Posts