ବିଜେଡି କାଉନସିଲରଙ୍କୁ ମୁଣ୍ଡକାଟର ଧମକ ଦେଲେ କଳାହାଣ୍ଡି ସାଂସଦ; ଭାଇରାଲ ହେବାରେ ଲାଗିଛି ଭିଡିଓ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଜେଡି କାଉନସିଲରଙ୍କୁ ମୁଣ୍ଡକାଟର ଧମକ ଦେଲେ କଳାହାଣ୍ଡି ସାଂସଦ । ତେବେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନ୍ଏସିର ପ୍ରଥମ କାଉନ୍ସିଲ୍ ବୈଠକରେ ସ୍ଥାନୀୟ ସଂସାଦ ବସନ୍ତ ପଣ୍ଡା ମୁଣ୍ଡକାଟର ଧମକ ଦେଇଥିବା ଅଭିଯୋଗ ହୋଇଛି। ବିଜେଡି କାଉନସିଲରମାନେ ଏହାର ତୀବ୍ର ନିନ୍ଦା କରିଛନ୍ତି । ସେପଟେ ଜୁନାଗଡ଼ ଏନ୍ଏସିର ଅଧ୍ୟକ୍ଷ ପଦ ବିଜେପି ହାତରେ ରହିଛି। ମାତ୍ର, ଏନ୍ଏସିର ୧୨ଜଣ କାଉନ୍ସିଲର୍ଙ୍କ ମଧ୍ୟରୁ ୧୦ ଜଣ ବିଜେଡି ହୋଇଥିବାବେଳେ ବିଜେପି ଦଳରୁ ମାତ୍ର ୨ଜଣ ରହିଛନ୍ତି। ଏନ୍ଏସି ନିର୍ବାଚନ ପରେ ଆଜି ପ୍ରଥମ କାଉନ୍ସିଲ୍ ବୈଠକ ବସିଥିଲା।

କଳାହାଣ୍ଡି ସାଂସଦ ଶ୍ରୀ ପଣ୍ଡା ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଏହି ସମୟରେ ବିଜେଡି କାଉନ୍ସିଲର୍ମାନେ କେତେକ ସମସ୍ୟା ଉପରେ ପ୍ରଶ୍ନ ଉଠାଇଥିଲେ। ଏହାର ଜବାବଦେବା ସମୟରେ ସାଂସଦ ଶ୍ରୀ ପଣ୍ଡାଙ୍କ ସହିତ ବିଜେଡି କାଉନ୍ସିଲର୍ଙ୍କର ଯୁକ୍ତିତର୍କ ହୋଇଥିଲା। ଏବଂ, ଏହି ସମୟରେ ସାଂସଦ ବିବାଦୀୟ ମନ୍ତବ୍ୟ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts