କିବ୍ ରେ ରୁଷ୍‌ ସେନାଙ୍କ ନରସଂହାର: ମିଳିଲାଣି ୧,୨୦୦ରୁ ଅଧିକ ଲୋକଙ୍କ ଶବ: ୟୁକ୍ରେନ୍

କିବ୍: ଆଜିକୁ ୪୭ ଦିନରେ ପହଁଚିଲାଣି ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ | ରୁଷ ସେନା ଯୁଦ୍ଧ ରଣନୀତିରେ ପରିବର୍ତନ କରି, ଗୋଟିଏ ପରେ ଗୋଟିଏ ସହରକୁ ଦ୍ୱନ୍ସ କରିବା ପରେ ଆଉ ଏକ ସହର ଅଭିମୁଖେ ବାହାରି ଯୁଦ୍ଧ କରୁଛନ୍ତି | ସେପଟେ ୟୁକ୍ରେନ ନଷ୍ଟ ଭଷ୍ଟ ହୋଇପଡିଥିବା ନିଜ ସହରକୁ ପୁଣି ଠାରେ ତୋଳିବା ପାଇଁ ପ୍ରୟାସ ଆରମ୍ଭ କରୁଛି |

ସେପଟେ ରୁଷ ସେନା ୟୁକ୍ରେନ ରେ ନରସଂହାର ରଚିଥିବା ଦାବି କରି ଆସୁଛି ୟୁକ୍ରେନ | ରବିବାର ୟୁକ୍ରେନ୍ ଦାବି କରିଛି ଯେ, କିବ୍ ଆଖପାଖ ଅଞ୍ଚଳରେ ରୁଷ୍ ସେନା ଦ୍ବାରା ନିହତ ୧,୨୦୦ରୁ ଅଧିକ ଲୋକଙ୍କ ଶବ ଉଦ୍ଧାର କରାଯାଇଛି। ଏହି ଅଂଚଳକୁ ରୁଷ୍‌ ସେନା ଛାଡ଼ିବା ପୂର୍ବରୁ ବିଭିନ୍ନ ଅଂଚଳରେ ନରସଂହାର ଘଟାଇଛନ୍ତି।

ଅନ୍ୟପକ୍ଷରେ ଗତ ଶନିବାର ଓ ରବିବାର ରୁଷ୍ ପକ୍ଷରୁ ୟୁକ୍ରେନ୍ ଉପରେ ପ୍ରବଳ ବୋମାମାଡ଼ କରାଯିବା ଫଳରେ ଶତାଧିକ ଘର ଧ୍ବସ୍ତ ହେବାରୁ ବହୁ ସଂଖ୍ୟାରେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି। ଶନିବାର ରୁଷ୍ ଆକ୍ରମଣରେ ଉତ୍ତରପୂର୍ବ ଖାରକିଭ୍‌ରେ ୧୦ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ରବିବାର ସକାଳେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ବୋଲି ସେଠାକାର ଗଭର୍ନର ଓଲେଗ ସିନେଗୋବଭ କହିଛନ୍ତି।

ରୁଷ୍ ସେନା ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ଜାରି ରଖିଛି ବୋଲି ସେ ଅଭିଯୋଗ କରିଛନ୍ତି। ଶିଳ୍ପ ନଗରୀ ନିପ୍ରୋରେ ରୁଷ୍ କ୍ଷେପଣାସ୍ତ୍ର ମାଡ଼ କରିବା ଫଳରେ ସ୍ଥାନୀୟ ବିମାନ ବନ୍ଦର ଧ୍ବଂସ ପାଇଯାଇଛି ଏବଂ ବହୁ ଲୋକଙ୍କର ମୃତ୍ୟୁ ଘଟିଛି। ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ସାଧାରଣ ନାଗରିକଙ୍କ ଉପରେ ରୁଷିଆର ବର୍ବର ଆକ୍ରମଣକୁ ପୁନର୍ବାର ନିନ୍ଦା କରିଛନ୍ତି। ରୁଷ୍‌ ୟୁକ୍ରେନ୍‌ର ସମସ୍ତ ସାମରିକ ଓ ବେସାମରିକ ବିମାନ ବନ୍ଦରକୁ ନଷ୍ଟ କରିଦେବା ପାଇଁ ଯୋଜନାବଦ୍ଧ ଆକ୍ରମଣ ଚଳାଇଥିବାରୁ ସପ୍ତାହକ ମଧ୍ୟରେ କୌଣସି ବିମାନ ବନ୍ଦର ଆଉ କାର୍ଯ୍ୟକ୍ଷମ ହୋଇ ରହିବ ନାହିଁ ବୋଲି ଆଶଙ୍କା କରାଯାଉଛି।

ସେପଟେ ରୁଷ ର ଏହି ନରସଂହାର କୁ ସମଗ୍ର ବିଶ୍ୱ ନିନ୍ଦା କରିଛି |

Related Posts