ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପର ଠାରୁ ମମତା ବାନାର୍ଜୀଙ୍କ ଦଳ ଟିଏମସିରୁ ଅନେକ ନେତା ଦଳ ଛାଡ଼ୁଛନ୍ତି । ୨୦ରୁ ଅଧିକ ସାଂସଦ ବିଜେପି ସମର୍ଥିତ ଏନଡିଏରେ ମିଶିବାକୁ ଗୋଡ କାଢିଲେଣି । ଏହା ମଧ୍ୟରେ ଟିଏମସି ନେତା ତଥା ସାଂସଦ କୀର୍ତ୍ତି ଆଜାଦ୍ ମମତାଙ୍କ ସପକ୍ଷରେ ବାହାରିଛନ୍ତି । ତେବେ ଦୁଇ ଦିନ ତଳେ ଟିଏମସି ନେତା କଲ୍ୟାଣ ବାନାର୍ଜୀ ମମତାଙ୍କୁ ବ୍ଲାକମେଲ୍ କରିଥିଲେ । ଅଭିଷେକ ବାନାର୍ଜୀ କିମ୍ବା ତାଙ୍କ ମଧ୍ୟରୁ ସେ ଜଣଙ୍କୁ ବାଛିବାକୁ ମମତାଙ୍କୁ କହିଥିଲେ ।

ଏହାସହ ଅଲ୍ଟିମେଟମ୍ ମଧ୍ୟ ଦେଇଥିଲେ । ଯାହାକୁ ନେଇ କୀର୍ତ୍ତି କହିଛନ୍ତି ଯେ, କଲ୍ୟାଣ ଜଣେ ଯୋଦ୍ଧା । ତାଙ୍କ କ୍ରୋଧ ଯଥାର୍ଥ ଅଟେ । କିନ୍ତୁ ସେ କେବେହେଲେ ଦଳ ଛାଡିବେ ନାହିଁ । କୀର୍ତ୍ତି ଆହୁରି କହିଛନ୍ତି ଯେ, କଲ୍ୟାଣ ବାନାର୍ଜୀ ଯୋଦ୍ଧାଙ୍କ ଭଳି କଥା କହୁଛନ୍ତି । ଦଳର ଆରମ୍ଭଠୁ ଏବେସୁଦ୍ଧା ସେ ମମତାଙ୍କ ସହ ରହିଛନ୍ତି । ସେ କୁଆଡେ ଯିବେ ନାହିଁ । କଲ୍ୟାଣ ଜଣେ ଭାବୁକ ବ୍ୟକ୍ତି । ତାଙ୍କ ଭାବନାକୁ ଦଳ ସମ୍ମାନ ଦେବା ଜରୁରୀ । ମମତା ଖୁବ୍ ଶୀଘ୍ର ତାଙ୍କ ସହ କଥା ହୋଇ ସମସ୍ତ ବିବାଦର ସମାଧାନ କରିପାରିବେ । ସେ ଆହୁରି କହିଛନ୍ତି ଯେ, କଲ୍ୟାଣ ଦିଦିଙ୍କ ନାଁ ନେଇଛନ୍ତି । ଦିଦି ନିଶ୍ଚୟ କଥା ହେବେ । ଅନେକ କଥା ଦିଦି କଲ୍ୟାଣଙ୍କୁ ପ୍ରଥମେ କହିନଥିଲେ । ଯାହା ବିବାଦ ଆରମ୍ଭ କରିଛି । ହେଲେ ସମସ୍ତ ବିବାଦର ସମାଧାନ ହୋଇପାରିବ ବୋଲି କୀର୍ତ୍ତି ଜୋର୍ ଦେଇଛନ୍ତି ।