
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଖ୍ୟାତ ଚଳଚ୍ଚିତ୍ର ତାରକା କମଲ ହାସନ୍ଙ୍କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଞ୍ଚୁରିଆନ ୟୁନିଭର୍ସିଟିରେ ସମ୍ମାନ ସୂଚକ ଡକ୍ଟରେଟ ଡିଗ୍ରି ପ୍ରଦାନ କରିଛନ୍ତି।
ଗତ ସୋମବାର ନବୀନ ନିବାସରେ ନବୀନ ପଟ୍ଟନାୟକ ଓ କମଲ ହାସନ ଉଭୟଙ୍କ ମଧ୍ୟରେ ସନ୍ଧ୍ୟାରେ ବେଶ୍ କିଛି ସମୟ ଆଲୋଚନା ହୋଇଥିଲା। ପରେ କମଲ ହାସନ ଗଣମାଧ୍ୟମକୁ କହିଥିଲେ, ଶ୍ରୀ ପଟ୍ଟନାୟକଙ୍କ ସହିତ ତାଙ୍କର ରାଜନୈତିକ ପ୍ରସଙ୍ଗରେ ଆଲୋଚନା ହୋଇଛି। ନବୀନ ପଟ୍ଟନାୟକଙ୍କୁ ପାଖରୁ ଦେଖିବାକୁ ସୁଯୋଗ ମିଳିଲା । ତାଙ୍କର ସଫଳ ରାଜନୈତିକ କ୍ୟାରିୟର ଅନ୍ୟମାନଙ୍କ ପାଇଁ ପ୍ରେରଣା । ତାମିଲନାଡୁକୁ ଅଧିକ ସଫଳ ଓ ସମୃଦ୍ଧ କରିବା ଆମର ଲକ୍ଷ୍ୟ ବୋଲି ହାସନ କହିଥିଲେ।
ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଚଳଚ୍ଚିତ୍ର ତାରକା କମଲ ହାସନଙ୍କ ସହିତ ବିଶ୍ୱବିଦ୍ୟାଳୟ ଚେୟାରମ୍ୟାନ ମୁକ୍ତି ମିଶ୍ର, କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଚଳଚ୍ଚିତ୍ର କ୍ଷେତ୍ରରେ କମଲଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।