ପଢ଼ୁଆଁ ଭାରକୁ ଗ୍ରହଣ କଲା ନାହିଁ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ନିଆଳି ମାଧବଜୀଉ ମନ୍ଦିରରୁ ପୁରୀ ଶ୍ରୀମନ୍ଦିରକୁ ଆସିଥିବା ପଢ଼ୁଆଁ ଭାରକୁ ଗ୍ରହଣ କଲା ନାହିଁ ଶ୍ରୀମନ୍ଦିର ପ୍ରଶାସନ ।  ନିଆଳି ମାଧବଙ୍କ ଘର ମହାପ୍ରଭୁଙ୍କ ମାମୁଘର ନୁହେଁ ବୋଲି କହିଛନ୍ତି ମନ୍ଦିର ସେବାୟତ ଓ ଗବେଷକ । ଗତକାଲି ନିଆଳି ମାଧବଜୀଉ ମନ୍ଦିରରୁ ବଡ଼ ଠାକୁରଙ୍କ ପାଇଁ ଯାଇଥିଲା ପଢ଼ୁଆଁ ଭାର । ସଂକୀର୍ତ୍ତନ, ଢ଼ୋଲମହୁରୀ ବାଜାର ତାଳେ ତାଳେ ପ୍ରଥମାଷ୍ଟମୀ ଭାର ନିଆଳି ମାଧବ ମନ୍ଦିରରୁ ବାହାରି ଶ୍ରୀକ୍ଷେତ୍ର ଯାଇଥିଲା । ଗତ କିଛି ବର୍ଷ ହେବ ବନ୍ଦ ରହିଥିଲା ଏହି ପ୍ରଥା । ପରମ୍ପରାକୁ ପୁନଃ ପ୍ରଚଳନ କରିବା ପାଇଁ ପୁଣି ଉଦ୍ୟମ ଆରମ୍ଭ ହୋଇଥିଲା ।

 

ପୁରାତନ ପ୍ରଥାକୁ ବଞ୍ଚାଇ ରଖିବାକୁ ଚଳିତ ବର୍ଷ ନିଆଳି ମାଧବାନନ୍ଦଜୀଉ ମନ୍ଦିରର ଛତିଶା ସେବକ ନିଯୋଗ ସହ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଥମାଷ୍ଟମୀ ଭାର ଓ ନୁଆ ବସ୍ତ୍ର ନେଇ ପୁରୀ ଆସିଥିଲେ । ତେବେ ଏହାକୁ ଶ୍ରୀ ମନ୍ଦିର ପ୍ରଶାସନ ଗ୍ରହଣ କରିନଥିବା ବେଳେ କେବଳ ଭକ୍ତଙ୍କ ଭାବାବେଗକୁ ସମ୍ମାନ କରି ଏହା ମନ୍ଦିରରେ ରଖାଯାଇଛି ବୋଲି କହିଛନ୍ତି ସେବାୟତ ।

Related Posts