କମଲ ହାସନକୁ ହରାଇଲେ ବିଜେପି ପ୍ରାର୍ଥୀ ଶ୍ରୀନିବାସ

kamal

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନ ଦକ୍ଷି ଣ କୋଏମ୍ବାଟୁରରୁ ହାରିଛନ୍ତି । କମଲଙ୍କୁ ପଛରେ ପକାଇ ବିଜେପି ପ୍ରାର୍ଥୀ ଭାନାଥୀ ଶ୍ରୀନିବାସନ ଜିତିଛନ୍ତି । ପାଖାପାଖି ୧୫୦୦ ଭୋଟରେ ଭାନାଥୀ ଶ୍ରୀନିବାସନଙ୍କ ଠାରୁ ହାରିଛନ୍ତି କମଲ ହାସନ । ତେବେ ମକ୍କାଲ ନିହି ମାୟାମ ରେ କେବଳ ଗୋଟିଏ ଆସନରେ କମଲ ହାସନ ନିଜେ ପ୍ରାର୍ଥୀ ଥିଲେ । ଯାହକୁ କମଲ ହାସନଙ୍କ ଗଡ କୁହାଯାଏ । ନିର୍ବାଚନ ଆୟୋଗର ତଥ୍ୟ ଅନୁସାରେ, କମଲ ହାସନଙ୍କୁ ୫୧.୦୮୭ ଖଣ୍ଡ ଭୋଟ ମିଳିଥିବାବେଳେ ଶ୍ରୀନିବାସନଙ୍କୁ ୫୨,୬୨୭ ଖଣ୍ଡ ଭୋଟ ମିଳିଛି । ପ୍ରଥମରୁ କମଲ ହାସନ ଆଗରେ ଥିବା ବେଳେ ଶେଷ ସମୟରେ ବିଜେପି ଜିତିଯାଇଛି । ଅନ୍ୟପଟେ କମଲ ହାସନ ୨୦୧୯ ଲୋକସଭା ନିର୍ବାଚନରେ ମଧ୍ୟ କମାଲ କରି ପାରିନଥିଲେ ଏବଂ ନିଜ ଆସନକୁ ବଞ୍ଚାଇ ରଖିବା ପାଇଁ ଅସମର୍ଥ ହୋଇଥିଲେ ।

Related Posts