ଅକ୍ସିଜେନ କମିଯିବାରୁ ହେଡ କନେଷ୍ଟବଳଙ୍କ ମୃତ୍ୟୁ

up

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଉତ୍ତରପ୍ରଦେଶ ପୋଲ ଡ୍ୟୁଟିରେ ନିୟୋଜିତ ଥିବା ହେଡ କନେଷ୍ଟବଳଙ୍କ ଦେହରେ ଅକ୍ସିଜେନର ମାତ୍ରା କମ ଥିବାରୁ ମୃତ୍ୟୁ ଘଟିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ଉତ୍ତରପ୍ରଦେଶର ବାଲିଆ ଠାରେ । ତେବେ ୫୦ ବର୍ଷ ବୟସ୍କ ହେଡ କନେଷ୍ଟବଳ କମଲା ସିଂହ ଯାଦବ କୋଭିଡରେ ସଂକ୍ରମିତ ଥିଲେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଉତ୍ତରପ୍ରଦେଶର ପଞ୍ଚାୟତ ମତଦାନ ସମୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ତାଙ୍କୁ ବାନ୍ସଡିହ ପୁଲିସ ଷ୍ଟେସନ ଅନ୍ତର୍ଗତ ହୁସେନାବାଦ ଅଞ୍ଚଳରେ ନିୟୋଜିତ କରାଯାଇଥିଲା ବୋଲି ଅତିରିକ୍ତ ପୁଲିସ ଅଧିକ୍ଷକ ସଞ୍ଜୟ ଯାଦବ କହିଛନ୍ତି । କମଲା ସିଂହଙ୍କ ନିସ୍ୱାସ ନେବାରେ ଅସୁବିଧା ହେବାରୁ ପ୍ରଥମେ ତାଙ୍କୁ ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା । ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ପଡୋଶୀ ରାଜ୍ୟ ବିହାରର ବକ୍ସାର ଜିଲ୍ଲାର ଏକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଧିରେ ଧିରେ ତାଙ୍କ ଅବସ୍ଥା ଗରୁତର ହେବା ସହ ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା ।

Related Posts