ହାଣିଲା, କାନ୍ଥରେ ଲେଖିଦେଲା କାରଣ !

ସତ୍ୟପାଠ ବ୍ୟୁରୋ : ପ୍ରଥମେ ଯୁବକଙ୍କୁ ହତ୍ୟା କଲା । ପରେ ହତ୍ୟାର କାରଣ କାନ୍ଥରେ ଲେଖି ଫେରାର ହୋଇଗଲା ହତ୍ୟାକାରୀ । ଖୋର୍ଦ୍ଧା ସିମର ଗାଁରେ ଘଟିଛି ଏଭଳି ବର୍ବର ହତ୍ୟାକାଣ୍ଡ । ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୁଲିସ ଘଟଣାର ଛାନଭିନ ଚଳାଇଛି ।

ମୃତକଙ୍କ ନାଁ ସତ୍ୟଜିତ ପାତ୍ର । ତାଙ୍କରି ଘରେ ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ସତ୍ୟଜିତଙ୍କୁ ହତ୍ୟା କରି ସାରିବା ପରେ ହତ୍ୟାକାରୀ ହତ୍ୟାର କାରଣ କାନ୍ଥରେ ଲେଖିଛି । ତେବେ ତାଙ୍କ ଘରେ ରହି କାମ କରୁଥିବା ନରେନ୍ଦ୍ର ନାମକ ଜଣେ ଯୁବକ ଏହି ହତ୍ୟା କରିଛି ବୋଲି ଅଭିଯୋଗ ହୋଇଛି । ମଦପିଆକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ନରେନ୍ଦ୍ର ସତ୍ୟଜିତଙ୍କୁ ହତ୍ୟା କରିଥିବା କୁହାଯାଉଛି । ତେବେ କାନ୍ଥରେ ଲେଖାଯାଇଛି, – ‘ମୁଁ ତାଙ୍କୁ ଏତିକି କହିଥିଲି, ମୁଁ ଯଦି ମଦ ଖାଇଲି ତମେ ବେଶ୍ ଭଡକି ଯାଉଛ’ ।

Related Posts