ପୁଣି ଥରେ ବିବାଦୀୟ ବୟାନ ଦେଇ ଫସିଲେ କଙ୍ଗନା ରାନାୱତ: ସିଝା ଅଣ୍ଡା ପରି ଦେଖା ଯାଉଛନ୍ତି ଷ୍ଟାର କିଡସ୍‌

ମୁମ୍ବାଇ: ସେ ଫିଲ୍ମ୍ ହେଉ ଅବା ନିଜ ବୟାନ ସବୁ ଥିରେ ନିଜର ଦବଙ୍ଗ ଅନ୍ଦଂଜରେ ନଜର ଆସନ୍ତି ବଲିଉଡ୍ କୁଇନ୍ କଙ୍ଗନା ରାନାୱତ । ସେ ଯେ କୌଣସି ବିଷୟ ହେଉନା କାହିଁକି ଖୋଲାଖୋଲି ଭାବେ ନିଜ ମତ ଉପସ୍ଥାପନ କରାନ୍ତି । ତେବେ ଏମିତି ଏକମାତ୍ର ଅଭିନେତ୍ରୀ ଯେକି ବିନା ହିରୋରେ ୧୦୦ କୋଟିର ମୁଭିଜ ଦେଇପାରନ୍ତି । କଙ୍ଗନାଙ୍କୁ ତାଙ୍କ ଦମଦାର ଅଭିନୟ ପାଇଁ ୪ ଥର ନ୍ୟାଶନାଲ ଆୱାର୍ଡ ମିଳିସାରିଛି ।

କେବଳ ସେତିକି ନୁହେଁ ବିଭିନ୍ନ ଚର୍ଚ୍ଚିତ ବିଷୟକୁ ନେଇ କଙ୍ଗନା କିଛି ବୟାନ ଦେଇ ବେଳେ ବେଳେ ବିବାଦ ମଧ୍ୟକୁ ଚାଲି ଆସିଥାଆନ୍ତି । ଏହି ପଙ୍ଗା ଗର୍ଲ ଶିବସେନା ସରକାର ସହ ବି ଟକ୍କର ଦେବାକୁ ପଛାଇ ନ ଥିଲେ । ବିଏମସି କଙ୍ଗନାଙ୍କ ଅଫିସ ଭାଙ୍ଗିବା ପରେ ସରକାରଙ୍କୁ କାଠଗଡାରେ ଠିଆ କରିଥିବା ଅଭିନେତ୍ରୀ ହେଉଛନ୍ତି କଙ୍ଗନା । ଏମିତିକି ନେପେଟେିଜମକୁ ନେଇ ବି ଚର୍ଚ୍ଚାରେ ଥିଲେ କଙ୍ଗନା । ବଲିଉଡ ଇଣ୍ଡଷ୍ଟ୍ରିରେ ଚାଲିଥିବା ନେପୋଟିଜମକୁ ନେଇ ଖୋଲା ଖୋଲି କଥା ହୋଇଛନ୍ତି ଏହି ନାୟିକା ।
ନିକଟରେ ଏକ ସାକ୍ଷାତକାରରେ କଙ୍ଗନାଙ୍କୁ ପଚରା ଯାଇଥିଲା ବଲିଉଡ ସିନେମାଠାରୁ ସାଉଥ୍ ସିନେମା କ’ଣ ଅଧିକ କରି ସଫଳତା ପାଇଛି । କଙ୍ଗନା କହିଥିଲେ ସାଉଥ୍ ଫିଲ୍ମ ନିଜ ଦର୍ଶକଙ୍କୁ ବାନ୍ଧି ରଖିଛି । ଦର୍ଶକଙ୍କ ସହ ସାଉଥ୍ ଇଣ୍ଡଷ୍ଟ୍ରି ଯୋଡି ହୋଇ ରହିଛି । ହେଲେ ବଲିଉଡ ଷ୍ଟାରଙ୍କର ପିଲାମାନେ ପାଠପଢିବାକୁ ବିଦେଶ ଚାଲି ଯାଉଛନ୍ତି । ସେଠାରେ ସେମାନେ ଇଂଲିଶରେ କଥା ହେଉଛନ୍ତି । କେବଳ ହଲିଉଡ ମୁଭି ଦେଖୁଛନ୍ତି । ଛୁରି, କଣ୍ଟା ଚାମଚରେ ଖାଉଛନ୍ତି ଆଉ ଭିନ୍ନ ଭାଷାରେ କଥା ହେଉଛନ୍ତି । ସେମାନେ କିପରି ଦର୍ଶକଙ୍କ ସହ ଯୋଡି ହୋଇ ରହିବେ । ଏହାସହ ସେମାନେ ଦେଖିବାକୁ ବି ଅଜବ ଦେଖାଯାଉଛନ୍ତି ଯେମିତି ସିଝା ଅଣ୍ଡା ଭଳି । ସେମାନଙ୍କ ପୁରା ଲୁକ ବଦଳି ଯାଉଛି ସେଥିପାଇଁ ଦର୍ଶକେ ରିଲେଟ କରିପାରୁ ନାହାନ୍ତି । ତେବେ କଙ୍ଗନା ପୁଣି କହିଛନ୍ତି ମୋର ଉଦ୍ଦେଶ୍ୟ ନୁହେଁ କାହାକୁ ଟ୍ରୋଲ କରିବା ।

କେବଳ ସେତିକି ନୁହେଁ କଙ୍ଗନା ସାଉଥ୍ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଉଦାହରଣ ଦେଇ କହିଥିଲେ, ଦେଖନ୍ତୁ ପୁଷ୍ପା କେମିତି ଦେଖାଯାଉଛି । ଯାହାକୁ ଆମେ ଜାଣିଛୁ । ସବୁ ଶ୍ରମିକ ତା’ସହ ଯୋଡି ହୋଇ ଯିବେ । ଏବେକା ସମୟରେ ଆମର କେଉଁ ହିରୋ ଶ୍ରମିକ ଭଳି ଦେଖାଯାଉଛନ୍ତି । ହେଲେ ସାଉଥ୍ ଷ୍ଟାରମାନେ ସେମାନଙ୍କ ସଂସ୍କୃତି ସହ ସେମାନଙ୍କ ଲୋକଙ୍କ ସହ ଯୋଡି ହୋଇ ରହିଛନ୍ତି । ତେଣୁ ବଲିଉଡ ବି ନିଜ ଲୋକଙ୍କ ସହ ଯୋଡି ହୋଇ ରହିବା ଦରକାର ।

ତେବେ ଏବେ ତାଙ୍କର ଏହି ପରି ଭାବରେ ଷ୍ଟାର କିଡ଼ିସ ଙ୍କୁ ନେଇ ଦେଇଥିବା ବୟାନ କୁ ନେଇ ଜୋର୍ ଧରିଛି ଚର୍ଚ୍ଚା । ଅନେକ ୟୁଜରସ ତାଙ୍କ କଥା କି ସପୋର୍ଟ କରୁଥିବା ବେଳେ ଅନେକ ଟ୍ରୋଲ କରୁଛନ୍ତି ।

Related Posts