ପୁଲିସ ଉପସ୍ଥିତିରେ ବରମୁଣ୍ଡାରେ କଙ୍ଗାରୁ କୋର୍ଟ: ଭିଡିଓ ଭାଇରାଲ

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ପୁଲିସ ଉପସ୍ଥିତିରେ ଚାଲିଲା କଙ୍ଗାରୁ କୋର୍ଟ । ବରମୁଣ୍ଡା ପାଲାମଣ୍ଡପଠାରେ ଘଟିଛି ଏଭଳି ଘଟଣା। ଏହି ଘଟଣା ପ୍ରଚାରିତ ହେବା ପରେ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, କମେଣ୍ଟମରାକୁ ନେଇ ବରମୁଣ୍ଡାରେ ତୁମୁଳକାଣ୍ଡ ଘଟିଥିଲା। ଏହାପରେ ସଭା ମଝିରେ ଦୁଇ ଜଣଙ୍କୁ ଗ୍ରାମବାସୀ ଆଣ୍ଠେଇଥିଲେ। ଗାଁ ସଭା ଆଳରେ ଆଇନକୁ ହାତକୁ ନେଇଥିଲେ ଲୋକେ।ସ୍କୁଲ ପିଲାଙ୍କୁ କମେଣ୍ଟ ମାରିବାକୁ ନେଇ ଦୁଇ ନାବାଳକଙ୍କୁ ଏଭଳି ଶାସ୍ତି ଦିଆଯାଇଥିବା ଜଣାଯାଇଛି। ସର୍ଵସମ୍ମୁଖରେ ଏକ ଘରିକିଆ କରିବାକୁ ଲୋକେ ଚେତାବନୀ ଦେଇଥିବା ବି ଜଣାଯାଇଛି। ନିଆଁ ପାଣି ବାସନ୍ଦ କରିବାକୁ ଖୋଲାଖୋଲି ଚେତାବନୀ ଦିଆଯାଇଛି। ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି।

ଅନ୍ୟପଟେ, ପୁଲିସ ଉପସ୍ଥିତିରେ ଏଭଳି କାଣ୍ଡ ଘଟିଥିବାରୁ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଛି । କଙ୍ଗାରୁ କୋର୍ଟର ଏହି ଭିଡିଓ ଭାଇରାଲ ହେଉଛି m

Related Posts