କର୍ଣ୍ଣାଟକ କଂଗ୍ରେସ ବିଧାୟକ ଜମିର ଅହମ୍ମଦ ଖାନଙ୍କ ବାସଭବନରେ ଆଣ୍ଟି କରପସନ ବ୍ୟୁରୋର ଚଢାଉ

ବେଙ୍ଗାଲୁରୁ: ଆଣ୍ଟି କରପସନ ବ୍ୟୁରୋ (ACB) ପଞ୍ଝାରେ କର୍ଣ୍ଣାଟକ କଂଗ୍ରେସ ବିଧାୟକ ଜମିର ଅହମ୍ମଦ ଖାନ । ତାଙ୍କ ବେଙ୍ଗାଲୁରୁରେ ଥିବା ବାସଭବନ ସମେତ ମୋଟ 5 ଠିକଣାରେ ଚଢାଉ ଜାରି ରହିଛି । ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତି ତଥା ଆର୍ୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବିଧାୟକଙ୍କୁ ତଦନ୍ତ ପରିସରରେ ରଖିଛି । ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରିପୋର୍ଟ ଆଧାରରେ ACB ର ଅଧିକାରୀମାନେ ଏକାଧିକ ଠିକଣାରେ ଏକକାଳୀନ ଚଢାଉ ଜାରି ରଖିଛନ୍ତି ।

ACB ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚାମରନପେଟ ବିଧାନସଭା ମଣ୍ଡଳୀରୁ ବିଧାୟକ ଥିବା ଖାନଙ୍କ ବେଙ୍ଗାଲୁରୁ କଣ୍ଟେନମେଣ୍ଟରେ ଥିବା ବାସଭବନ ସହ ସମ୍ପର୍କୀୟଙ୍କ ସମେତ ମୋଟ 5ଟି ସ୍ଥାନରେ ଏକକାଳୀନ ଚଢାଉ ଜାରି ରହିଛି ।

ବିଧାୟକଙ୍କର ବେଙ୍ଗାଲୁରୁ ସହରରେ ମଧ୍ୟ ଏକାଧିକ ଫ୍ଲାଟ ରହିଛି । ବିଧାୟକ ଖାନ ମଧ୍ୟ ଜଣେ ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଘନିଷ୍ଠ ସହଯୋଗୀ ଥିଲେ । ପୂର୍ବରୁ ମଧ୍ୟ ତାଙ୍କ ନାମରେ ଦୂର୍ନୀତି ଅଭିଯୋଗ ହୋଇଥିଲା ।

Related Posts