ପ୍ରାଇଭେଟ ହସ୍ପିଟାଲକୁ କର୍ଣ୍ଣାଟକ ସରକାରଙ୍କ ନିର୍ଦ୍ଦେଶ, କୋଭିଡ଼ ମୃତକଙ୍କ ପରିବାରଙ୍କୁ ବିଲ୍ ପାଇଁ ଵାଧ୍ୟ କରନି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସାରା ଦେଶରେ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି । ପ୍ରତ୍ୟେକ ଦିନ କରୋନାରେ ସଂକ୍ରମିତ ହୋଇ ହଜାର ହଜାର ସଂଖ୍ୟାରେ ଲୋକ ପ୍ରାଣ ହରାଉଛନ୍ତି । ଏପରି ସ୍ଥିତିରେ କର୍ଣ୍ଣାଟକ ସରକାରଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି । ତେବେ ପ୍ରାଇଭେଟ ହସ୍ପିଟାଲ ଗୁଡ଼ିକ ମୃତକଙ୍କ ପରିବାରଙ୍କୁ ବିଲ୍ ପାଇଁ ଵାଧ୍ୟ କରିପାରିବେନି ଏବଂ କିନ୍ନରମାନଙ୍କ ଶରୀରକୁ ଅଟକାଇ ପାରିବେ ନାହିଁ ବୋଲି କଡା ନିର୍ଦେଶ ଦେଇଛନ୍ତି । ତେବେ ବର୍ତ୍ତମାନ ସାରା ଦେଶରେ ଧନୀ ଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସମସ୍ତେ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଉଛନ୍ତି । ସାଧାରତଃ ଗରିବ ଲୋକଙ୍କ କ୍ଷେତ୍ରରେ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସା ପାଇଁ ଭିତ୍ତି ହେବା ଓ ପରେ ମୃତ ଦେହକୁ ଆଣିବା ପାଇଁ ହସ୍ପିଟାଲ ବିଲ୍ ପାଇଁ ବାଧ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିବାରେ ଲାଗିଥିଲା । ତେଣୁ କର୍ଣ୍ଣାଟକ ସରକାର ଏପରି ନ ହେବା ପାଇଁ ରୋଗୀର ମୃତ ଶରୀର ଏବଂ କିନ୍ନରମାନଙ୍କୁ ବିଲ୍ ପାଇଁ ବାଧ୍ୟ ନ କରି ତାଙ୍କ ପରିବାରକୁ ମୃତ ଦେହ ହସ୍ତାନ୍ତର କରିବା ପାଇଁ କଡା ନିର୍ଦେଶ ଦେଇଛନ୍ତି । ଯଦି ପ୍ରାଇଭେଟ ହସ୍ପିଟାଲ ଗୁଡିକରେ ଏପରି ମାମଲା ରୁଜୁ ହୁଏ ତାହାଲେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାଇ ଦେଇଛନ୍ତି । ତେବେ ହସ୍ପିଟାଲ୍ ଗୁଡ଼ିକ ଏପରି କରନ୍ତି ତାହାଲେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏବଂ କେପିଏମଇ ଅଧିନିୟମ ଅନୁଯାୟୀ ଡାକ୍ତରଖାନାର ପଞ୍ଜୀକରଣ ବାତିଲ କରିବାକୁ କର୍ଣ୍ଣାଟକ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର କେ ସୁଧାକର କୋଭିଡ ହସ୍ପିଟାଲ୍ ଗୁଡ଼ିକର ପରିଚାଳନାକୁ ଦୃଷ୍ଟିରେ ରଖି ବଡ଼ ବୟାନ ଦେଇଛନ୍ତି । ତେବେ ରାଜ୍ୟରେ ଥିବା ପ୍ରତ୍ୟେକ ହସ୍ପିଟାଲ୍ ଗୁଡ଼ିକ ସେମାନଙ୍କ COVID-19 ୱାର୍ଡରେ ଏବଂ COVID-19 ରୋଗୀ ଚିକିତ୍ସିତ ହେଉଥିବା ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ରୋଗୀଙ୍କ ପରିବାରକୁ ଭିଡିଓ ମାଧ୍ୟମରେ ସେମାନଙ୍କର ଚିକିତ୍ସା ତଥା ପ୍ରଗତିର ତଦାରଖ କରିବାକୁ ଅନୁମତି ଦେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । କେବଳ ଏତିକି ନୁହେଁ ହସ୍ପିଟାଲ୍ ଗୁଡ଼ିକ ପରିଦର୍ଶକଙ୍କ ପ୍ରବେଶକୁ ସୀମିତ ରଖିବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି ।

Related Posts