ଅରବିନ୍ଦ କେଜ୍ରିୱାଲଙ୍କ ବଡ ଘୋଷଣା: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଚେହେରା ହେବେ କର୍ଣ୍ଣେଲ ଅଜୟ କୋଥିଆଲ

uttarakhand

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଆମ ଆଦମି ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେରାଡୁନ ଗସ୍ତରେ ଅଛନ୍ତି । ଦେରାଡୁନରେ ହେଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ କେଜ୍ରିୱାଲ ବଡ ଘୋଷଣା କରିଛନ୍ତି । ତେବେ ଉତ୍ତରଖଣ୍ଡରେ ଆସନ୍ତା ୨୦୨୨ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆମ ଆଦମି ପାର୍ଟିରୁ କର୍ଣ୍ଣେଲ ଅଜୟ କୋଥିଆଲ ମୁଖ୍ୟମନ୍ତ୍ରୀ ଚେହେରା ହେବେ ବୋଲି କେଜ୍ରିୱାଲ ଘୋଷଣା କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଏଥିସହିତ ସେ ଆଉ ଏକ ଘୋଷଣା କରି କହିଛନ୍ତି ଯେ ଆମେ ଉତ୍ତରାଖଣ୍ଡକୁ ସମଗ୍ର ବିଶ୍ୱର ହିନ୍ଦୁମାନଙ୍କ ପାଇଁ ଆଧ୍ୟାତ୍ମିକ ରାଜଧାନୀ କରିବୁ। ଅପରିପକ୍ଷେ କିଛିଦିନ ପୂର୍ବରୁ ମନୀଷ ସିସୋଦିଆ ଦେରାଡୁନ ଗସ୍ତରେ ଆସିଥିଲେ । ସେ କହିଥିଲେ ଆମେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ରାଜ୍ୟବାସୀଙ୍କ ଠାରୁ ପରାମର୍ଶ ନେବୁ । ଏହା ପରେ କାହାକୁ ସିଏମ୍ ପ୍ରାର୍ଥୀ କରିବା ଉଚିତ୍ ହେବ ତାହା ଉପରେ ଲୋକମାନେ ସନ୍ତୁଷ୍ଟିକର ଉତ୍ତର ଦେଇଛନ୍ତି ବୋଲି ମନୀଷ ସିସୋଦିଆ କହିଛନ୍ତି ।

ଅନ୍ୟପଟେ ଲୋକମାନେ କହିଛନ୍ତି ଯେ ଉତ୍ତରାଖଣ୍ଡ ଗଠନ ହେବା ପର ଠାରୁ କିିଛି ଦଳ ଏବଂ ନେତା ଉତ୍ତରାଖଣ୍ଡକୁ ଲୁଟ କରିବାରେ ଲାଗିଛନ୍ତି । ତେଣୁ ବର୍ତ୍ତମାନ ଉତ୍ତରାଖଣ୍ଡ ଲୋକମାନଙ୍କୁ ଦଳ ନୁହେଁ ବରଂ ଦେଶକୁ ପ୍ରେମ କରୁଥିବା ସୈନିକ ଆବଶ୍ୟକ । ଏହା ସହ ବହୁତ ବଡ ସ୍ତରରେ ଲୋକମାନେ କହିଛନ୍ତି ଯେ ଏହି ଦଳଗୁଡିକ ଆଧାରରେ ଉତ୍ତରପ୍ରଦେଶ ଅଗ୍ରଗତି କରିପାରିବ ନାହିଁ। ଆମେ କେବଳ କର୍ଣ୍ଣେଲ ଅଜୟ କୋଥିଆଲ ଚାହୁଁଛୁ । ଏହି ନିଷ୍ପତ୍ତି ଆମ ଆଦମି ପାର୍ଟି ନେଇନି ବରଂ ଏଠାରେ ଥିବା ଲୋକମାନେ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ମନୀଷ ସିସୋଦିଆ କହିଛନ୍ତି । କେବଳ ଏତିକି ନୁହେଁ ବରଂ କର୍ଣ୍ଣେଲ କୋଥିଆଲ ହେଉଛନ୍ତି ସେହି ବ୍ୟକ୍ତି ଯିଏ ନିଜ ଜୀବନକୁ ବିପଦରେ ପକାଇ ଦେଶ ରକ୍ଷା କରିଛନ୍ତି। ଯେତେବେଳେ ଉତ୍ତରାଖଣ୍ଡର ନେତାମାନେ ଏହି ରାଜ୍ୟରୁ ଲୁଟ୍ କରୁଥିଲେ । ସେତେବେଳେ ଏହି ବ୍ୟକ୍ତି ସୀମାରେ ଦେଶକୁ ସୁରକ୍ଷା ଦେବାରେ ନିୟୋଜିତ ହୋଇଥିଲେ। କିଛି ବର୍ଷ ପୂର୍ବେ କେଦାରନାଥ ବିପର୍ଯ୍ୟୟ ଘଟିଥିଲା ।

ତା’ପରେ ଏହି ବ୍ୟକ୍ତି ତାଙ୍କ ଦଳ ସହିତ କେଦାରନାଥଙ୍କୁ ପୁନନିର୍ମାଣ କରିଥିଲେ । ଏବଂ ବର୍ତ୍ତମାନ ସେ ଉତ୍ତରାଖଣ୍ଡର ନବନିର୍ମାଣ କରିବେ ବୋଲି ସିସୋଦିଆ କହିଛନ୍ତି । ଅନ୍ୟପଟେ ଆମେ ଉତ୍ତରାଖଣ୍ଡକୁ ଦେବ ଭୁମି ବୋଲି କହିଥାଉ । ଏଠାରେ ବହୁତ ତୀର୍ଥସ୍ଥାନ ଅଛି । ଏଠାରେ ଅନେକ ଦେବାଦେବୀ ବାସ କରନ୍ତି । ବିଶ୍ୱର କୋଣ ଅଣ କୋଣରୁ ଆସିଥିବା ହିନ୍ଦୁମାନେ ସମ୍ମାନର ସହିତ ଦର୍ଶନ କରିବାକୁ ଏଠାକୁ ଆସନ୍ତି । ତେବେ ସବୁଠାରୁ ରୋଚକ କଥାଟି ହେଉଛି କର୍ଣ୍ଣେଲ ଉତ୍ତରାଖଣ୍ଡରେ କରୁଥିବା କାମ ପାଇଁ ତାଙ୍କୁ ଶିବଙ୍କ ସୈନିକ ବୋଲି ଉତ୍ତରାଖଣ୍ଡବାସୀ କହିଥାନ୍ତି । ଅପରିପକ୍ଷେ ସିଏମ୍ ପଦବୀ ଘୋଷଣା ହେବା ପରେ କର୍ଣ୍ଣେଲ କହିଛନ୍ତି ଯେତେବେଳେ ଅରବିନ୍ଦ କେଜ୍ରିୱାଲ ନିଜେ ମୋତେ ଦାୟିତ୍ୱ ଦେଉଛନ୍ତି । ତେଣୁ ଏହି କାମ ମୋ ପାଇଁ ସହଜ ନୁହେଁ ବୋଲି କର୍ଣ୍ଣେଲ କହିଛନ୍ତି ।

ମାର୍ଚ୍ଚ ୨୦୧୪ ରୁ ଯେତେବେଳେ ସରକାର ଆମକୁ କେଦାରନାଥ ପୁନଃନିର୍ମାଣର କାର୍ଯ୍ୟ ଦେଇଥିଲେ । ସେତେବେଳେ ମହିଳା ଶକ୍ତି ତାଙ୍କ ପିଲାମାନଙ୍କୁ କହିଥିଲେ ଯେ ଯଦି ଏହି କର୍ଣ୍ଣେଲ କେଦାରନାଥ ଯିବାକୁ ଚାହାଁନ୍ତି ତେବେ ଆପଣ କାହିଁକି କରୁନାହାଁନ୍ତି? ପ୍ରାରମ୍ଭରେ ମୁଁ ଜାଣି ନଥିଲି ଯେ ଏହାର ନାମ ୟୁଥ୍ ଫାଉଣ୍ଡେସନ୍ ହେବ କିନ୍ତୁ ଧୀରେ ଧୀରେ ଯୁବକମାନେ ଏହାକୁ ଆଗକୁ ନେଇଗଲେ ବୋଲି କର୍ଣ୍ଣେଲ ଅଜୟ କୋଥିଆଲ କହିଛନ୍ତି ।

Related Posts