କଟକ : କାର୍ତ୍ତିକେଶ୍ୱର ଭଷାଣୀ ସମୟରେ ଅଘଟଣ। କେନ୍ଦ୍ରାପଡା ବାଲିଆ ବଜାରରେ ଘଟିଛି ଏହି ଅଘଟଣ । ବାଣ ଫୁଟିବା ଫଳରେ ୪୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କ ମଧ୍ୟରୁ ୩୦ ଜଣଙ୍କୁ ଏସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନେକଙ୍କ ଅବସ୍ଥା ଅତି ଗୁରୁତର ରହିଛି । ପ୍ରଥମେ ସମସ୍ତଙ୍କୁ କାଜୁଆଲଟିରେ ଆସୁ ଚିକିତ୍ସା ଯୋଗାଇବା ପରେ ଯାହାର ଆଇସିୟୁ , ସେଣ୍ଟ୍ରାଲ ଆଇସିୟୁ ଆବଶ୍ୟକ ସେମାନଙ୍କୁ ପଠେଇ ଦିଆଯାଇଛି।
ସେପଟେ ମେଡିକାଲର ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ସମସ୍ତଙ୍କ ଚିକିତ୍ସା କରୁଛନ୍ତି। ବର୍ତ୍ତମାନ ସମୟରେ ଏସିବି ଚିକିତ୍ସା ପାଇଁ ସମ୍ପୁର୍ଣ ପ୍ରସ୍ତୁତ ଥିବା କହିଛନ୍ତି ଏସିବି ପ୍ରଶାସନିକ ଅଧିକାରୀ। ଅନ୍ୟପଟେ ଏହି ଅଘଟଣରେ ପୀଡିତଙ୍କୁ ଭେଟିଛନ୍ତି କେନ୍ଦ୍ରାପଡା ସ୍ଥାନୀୟ ବିଧାୟକ ଶଶୀଭୂଷଣ ବେହେରା। ଚିକିତ୍ସା ଦିଗ ପଚାରିବୁଝିବା ସହ ସମସ୍ତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ଆହତ ୩୦ ଜଣଙ୍କ ମଧ୍ୟରୁ ୫ ଶିଶୁ ରହିଛନ୍ତି। ମେଡିକାଲର ପ୍ଲାଷ୍ଟିକ ସର୍ଜରି ବିଭାଗ ପହଁଚି ସମସ୍ତଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି।





