
ଶ୍ରୀନଗର: କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟ ହତ୍ୟା ଘଟଣାକୁ ନେଇ ଏବେ କାଶ୍ମୀରରେ ଦେଖା ଦେଇଛି ବିବାଦ । ଦିନକୁ ଦିନ ବିବାଦ ବଢୁଥିବା ବେଳେ, ରାଜରାସ୍ତାକୁ ଓହ୍ଲାଉଛନ୍ତି ଅନ୍ୟ ସମସ୍ତ କାଶ୍ମୀର ପଣ୍ଡିତ । ନ୍ୟାୟ ପ୍ରଦାନ ଦାବିରେ ନାରାବାଜି କରିଛନ୍ତି । ବିକ୍ଷୋଭକାରୀମାନେ ଶ୍ରୀନଗର ଏୟାରପୋର୍ଟ ରାସ୍ତା ଅବରୋଧ କରିବା ସହ ବିଜେପି ବିରୋଧରେ ନାରାବାଜି ଦେଇଥିଲେ । ଏଥିସହ ସେମାନଙ୍କୁ ସରକାର ସୁରକ୍ଷା ପ୍ରଦାନ ନ କଲେ ସମୂହ ଚାକିରୀରୁ ଇସ୍ତଫା ଦେବେ ବୋଲି ଧମକ ଦେଇଛନ୍ତି ।
ଏପଟେ କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀଙ୍କୁ ସରକାରୀ ଚାକିରୀ ସହ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଜମ୍ମୁ ଏବଂ କାଶ୍ମୀର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଏଥିସହ ତାଙ୍କ ଝିଅର ସମସ୍ତ ପଢା ଖର୍ଚ୍ଚ ସରକାର ବହନ କରିବେ । ଅନ୍ୟପଟେ ଏହି ଘଟଣାକୁ ଜମ୍ମୁ ଏବଂ କାଶ୍ମୀର ପ୍ରଶାସନ ଗୁରୁତର ଭାବେ ନେବା ସହ ଘଟଣାର ତଦନ୍ତ କରିବା ଲାଗି ଏସଆଇଟି ଗଠନ କରିଛି । ତେବେ ଏସଆଇଟି ଜମ୍ମୁ ଏବଂ କାଶ୍ମୀର ଅନ୍ତର୍ଗତ କଡୁରା ତହସିଲ୍ରେ କାର୍ଯ୍ୟ କରୁଥିବା ରାହୁଲ ଭଟ୍ଟଙ୍କୁ ଗତକାଲି ଆତଙ୍କବାଦୀ ଗୁଳି କରି ହତ୍ୟା କରିଥିଲେ ।