ଶିକାରୀଙ୍କୁ ଗୁଳିରେ ଟଳିଲେ ୩ ପୋଲିସ କର୍ମଚାରୀ: ମଧ୍ୟପ୍ରଦେଶ ଗୁନାରେ ଅଘଟଣ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶରେ ଗୁନାରେ ଅଘଟଣ । ଶିକାରୀଙ୍କ ଗୁଳିରେ ୩ ପୋଲିସ କର୍ମଚାରୀ ସହିଦ। କୃଷ୍ଣସାର ମୃଗ ଶିକାରୀ ଓ ପୋଲିସ ମଧ୍ୟରେ ଗୁଳିକାଣ୍ଡ ଘଟି ଏପରି ଘଟିଛି ।

ସୂଚନାନୁସାରେ, ଗୁନାରେ ଥିବା କିଛି ଜଙ୍ଗଲରେ କୃଷ୍ଣସାର ମୃଗ ଦେଖାଯାଆନ୍ତି । ଯାହା ଉପରେ ଶିକାରୀଙ୍କ ଲୋଳୁପ ଦୃଷ୍ଟି ରହିଥାଏ । ଶୁକ୍ରବାର ରାତିରେ କିଛି ଶିକାରୀ ଜଙ୍ଗରେ ଶିକାର କରିବାକୁ ଆସିଥିଲେ । ଏପରିକି ସେମାନଙ୍କ ହାତରେ ଏକ ମୃତ କୃଷ୍ଣସାର ମଧ୍ୟ ଥିଲା । ଖବର ପାଇ ପୋଲିସ ଚଢଉ କରିଥିଲା । ହେଲେ ପୂର୍ବରୁ ପ୍ରସ୍ତୁତ ଥିବା ଶିକାର ପୋଲିସ ଟିମ୍ ଉପରେ ଗୁଳିମାଡ କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଭୟଙ୍କର ଗୁଳିମାଡ ହୋଇଥିଲା । ଏଥିରେ ୩ ଜଣ ପୋଲିସ ସହିଦ ହୋଇଛନ୍ତି ।

ପ୍ରାଣ ହରାଇଥିବା ପୋଲିସ କର୍ମୀ ହେଲେ ଏସଆଇ ରାଜକୁମାର ଜାଟବ, କନଷ୍ଟେବଳ ନୀରଜ ଭାର୍ଗବ, କନଷ୍ଟେବଳ ସନ୍ତରାମ । ଘଟଣାକୁ ନେଇ ରାଜ୍ୟ ସରକାର ତତ୍ପର ହୋଇ ଉଠିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ବୈଠକ ବସିବ ।

ସେହିପରି ଅପରାଧୀଙ୍କୁ ଛଡାଯିବ ନାହିଁ ବୋଲି ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି।

Related Posts