ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ: ଏହା କେବଳ ଆରମ୍ଭ ବୋଲି କହିଲେ ‘କାଶ୍ମୀର ଫାଇଲ’ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ମାମଲାରେ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ | ତେବେ ୟାସିନଙ୍କୁ ଏହି ଦଣ୍ଡ ମିଳିବ ନେଇ ଖୁସି ବ୍ୟକ୍ତ କରିଛନ୍ତି ‘କାଶ୍ମୀର ଫାଇଲ’ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ । ଏହା କେବଳ ଆରମ୍ଭ ବୋଲି ସୋଶାଲ ମିଡିଆରେ ବିବେକ ଟ୍ୱିଟ କରିଛି | ତେବେ ଏବେ ତାଙ୍କର ଏହି ଟ୍ୱିଟ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି।

ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବା ରାୟ ଶୁଣାଣି ପରେ ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନିହୋତ୍ରୀ ୟାସିନ ମଲିକଙ୍କ ବିଷୟରେ ଟୁଇଟ୍ କରି କହିଛନ୍ତି, ‘ଏହା କେବଳ ଆରମ୍ଭ। ୟାସିନ ମଲିକ ଏବଂ ବିଟ୍ଟାକୁ ଫାଶୀ ନ ହେବା ପର୍ଯ୍ୟନ୍ତ ଆମେ #RightToJustice ପାଇଁ ଆମର ସଂଗ୍ରାମ ବନ୍ଦ କରିବୁ ନାହିଁ। ଆମର ନ୍ୟାୟ ଅଭିଯାନରେ ଏକ ମାଇଲଖୁଣ୍ଟ। ଏହା ସହିତ ବିବେକ ଅଗ୍ନିହୋତ୍ରୀ ମଧ୍ୟ ଫିଲ୍ମର ଏକ କ୍ଲିପ୍ ସେୟାର କରି ଲେଖିଛନ୍ତି, “ଆମେ ୟାସିନ୍ ମଲିକଙ୍କ ମାନସିକତାକୁ ବୁଝିବା ପାଇଁ ବର୍ଷ ବର୍ଷ ବିତାଇଥିଲୁ।

ବିବେକ ଅଗ୍ନିହୋତ୍ରୀଙ୍କ ‘କାଶ୍ମୀର ଫାଇଲ’ ରିଲିଜ୍ ହେବା ଦିନଠାରୁ କାଶ୍ମୀର ଏବଂ କାଶ୍ମୀର ପଣ୍ଡିତଙ୍କ ପ୍ରସଙ୍ଗରେ ସମଗ୍ର ଦେଶରେ ଉତ୍ତେଜନା ପ୍ରକାଶ ପାଇଥିଲା। ଦେଶ ତଥା ସମଗ୍ର ବିଶ୍ୱରେ କାଶ୍ମୀର ପଣ୍ଡିତଙ୍କ ପାଇଁ ନ୍ୟାୟ ଦାବି କରାଯାଇଥିଲା। ଏହି ଫିଲ୍ମ ସିନେମା ଘର ସମେତ OTT ପ୍ଲାଟଫର୍ମରେ ବେଶ୍‌ ହିଟ୍‌ ସାବ୍ୟସ୍ତ ହୋଇଥିଲା।

ସୂଚନାଯୋଗ୍ୟ, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ଅଭିଯୋଗରେ ୟାସିନ୍‌ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଗତକାଲି ତାଙ୍କ ବିରୋଧରେ ରାୟ ଆସିଛି।

ୟାସିନ୍‌ ମଲିକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀସ୍ଥିତ ସ୍ୱତନ୍ତ୍ର ‘ଏନ୍‌ଆଇଏ’ ଅଦାଲତ। ୟାସିନଙ୍କୁ ଦୁଇଟି ମାମଲାରେ ୨ଥର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସେହିପରି ଅନ୍ୟ ୫ଟି ମାମଲାରେ ପ୍ରତ୍ୟେକ୧୦ ବର୍ଷ ଲେଖାଁଏ ଜେଲଦଣ୍ଡ ହୋଇଛି। ସମସ୍ତ ଜେଲଦଣ୍ଡ ଏକକାଳୀନ ଲାଗୁ ପାଇଁ ନିର୍ଦ୍ଦେଶ ଜାରି ହୋଇଥିବା ବେଳେ ୧୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି।

Related Posts