ଅଙ୍ଗନୱାଡ଼ି ପିଲାଙ୍କ ପାଇଁ ୧୦ ଟ୍ରକ କଣ୍ଢେଇ ସଂଗ୍ରହ କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଙ୍ଗନୱାଡ଼ି ପିଲାଙ୍କ ପାଇଁ ୧୦ ଟ୍ରକ କଣ୍ଢେଇ ସଂଗ୍ରହ କଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜଧାନୀ ଭୋପାଳରେ ବୁଲି ବୁଲି କଣ୍ଢେଇ, ପୁସ୍ତକ ଆଦି ସଂଗ୍ରହ କରୁଥିବାର ଦେଖିବାକୁ ମିଳିଥିଲା । ତାଙ୍କ ସହ ଡାକ୍ତରୀ ଶିକ୍ଷା ମନ୍ତ୍ରୀ ବିଶ୍ୱବ ସାରଙ୍ଗ ଓ ସ୍ଥାନୀୟ ବିଧାୟକ କ୍ରିଷ୍ଣା ଗୌର ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ । ସରକାରଙ୍କ ଦ୍ୱାରା ପରିଚାଳିତ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକର ପିଲାଙ୍କ ପାଇଁ ସେ ଲୋକଙ୍କୁ ବହି ଓ ଖେଳଣା ମାଗୁଥିବାବେଳେ ପ୍ରବଳ ଜଜନଗହଳି ହୋଇଥିଲା । ୩ ଘଣ୍ଟା ଭିତରେ ପ୍ରାୟ ୮୦୦ ମିଟର ଯାତ୍ରା କରି ମୁଖ୍ୟମନ୍ତ୍ରୀ ୧୦ ଟ୍ରକ ପୁସ୍ତକ, ଖେଳଣା ଓ ଅନ୍ୟ ସାମଗ୍ରୀ ଠୁଳ କରିଥିଲେ ।

ଏଥି ସହ ୨ କୋଟି ଟଙ୍କାର ଚେକ ମଧ୍ୟ ଗ୍ରହଣ କରିଥିଲେ । ଏପରିକି କେତେଜଣ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକ ପାଇଁ ବ୍ୟକ୍ତି ଟିଭି, କୁଲର ଫ୍ୟାନ ଓ ଅନ୍ୟ ଆସବାବପତ୍ର ମଧ୍ୟ ଦାନ କରିଥିବାର ସୂଚନା ମିଳିଛି । ଭୋପାଳରେ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକୁ ସେସବୁ ବିତରଣ କରାଯିବ । ସେପଟେ ଅଭିନେତା ଅକ୍ଷୟ କୁମାର ଏଥିରେ ଅନୁପ୍ରାଣିତ ହୋଇ ରାଜ୍ୟର ୫୫ ଅଙ୍ଗନୱାଡି କେନ୍ଦ୍ରକୁ ପୋଷ୍ୟ ଭାବେ ଗ୍ରହଣ କରି ୧ କୋଟି ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts