କିରାଣି ପାଲଟିଲେ ନବଜୋତ ସିଂହ ସିଦ୍ଧୁ: ଦୁଇଟି ସିଫ୍ଟରେ କରିବେ କାମ

ଚଣ୍ଡିଗଡ: ଜେଲ ରେ କିରାଣୀ କାମ କରିବେ ନବଜୋତ ସିଂହ ସିଦ୍ଧୁ | କ୍ରିକେଟର୍‌ରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁ ଏବେ କିରାଣି ପାଲଟିଛନ୍ତି | ୩୪ ବର୍ଷ ତଳର ଏକ ମାମଲାକୁ ନେଇ ବର୍ତ୍ତମାନ କଂଗ୍ରେସ ନେତା ସିଦ୍ଧୁ ପଟିଆଲା ଜେଲ୍‌ରେ ସଜା କାଟୁଛନ୍ତି। ଜେଲ୍‌ରେ ରହି ଏବେ ସିଦ୍ଧୁ କିରାଣି କାମ କରିବେ।

ଜେଲ ଅଫିସର କାଗଜପତ୍ର ଦେଖିବେ ସିଦ୍ଧୁ । ଜେଲ ମଧ୍ୟରେ ସିଦ୍ଧୁଙ୍କ ସୁରକ୍ଷା ଚ୍ୟାଲେଜିଂ ହୋଇଥିବାରୁ ସେ ଜେଲ ଅଫିସର କାମ ନିଜ ବାରାକରେ କରିବେ। ପ୍ରତିଦିନ ତାଙ୍କୁ ଜେଲ ଅଫିସ ପକ୍ଷରୁ ଫାଇଲ ପଠାଯିବ।

ମଙ୍ଗବାର ଠାରୁ ହିଁ ସିଦ୍ଧୁଙ୍କ ଡ୍ୟୁଟି ଆରମ୍ଭ ହୋଇଯାଇଛି। ପଟିଆଲା ସେଣ୍ଟ୍ରାଲ ଜେଲ୍‌ରୁ ଜାରି ଏକ ବିବୃତ୍ତି ମୁତାବକ, ସିଦ୍ଧୁଙ୍କୁ ଦୁଇଟି ସିଫ୍ଟରେ କାମ କରିବାକୁ ପଡିବ। ପ୍ରଥମ ସିଫ୍ଟ ସକାଳ ୯ଟାରୁ ମଧ୍ୟାହ୍ଣ ୧୨ଟା ଯାଏ ରହିବ। ଲଞ୍ଚ ବ୍ରେକ୍‌ ପରେ ମଧ୍ୟାହ୍ଣ ୩ଟାରୁ ସନ୍ଧ୍ୟା ୫ଟା ଯାଏ ତାଙ୍କୁ ପୁଣି କାମ କରିବାକୁ ପଡିବ। ଦିନରେ ମୋଟ ୫ ଘଣ୍ଟା ଡ୍ୟୁଟି କରିବେ ସିଦ୍ଧୁ।

୩ ମାସ ଯାଏଁ ତାଙ୍କୁ ଏହି କାମ ବଦଳରେ କୌଣସି ବେତନ ମିଳିବ ନାହିଁ । କିରାଣୀ କାମରେ ତାଙ୍କର ଅଭିଜ୍ଞତା ନଥିବାରୁ ତାଙ୍କୁ ଅଣକୁଶଳୀ କଏଦୀ ଭାବେ ଗଣନା କରାଯିବ। ୩ ମାସ ପରେ ଅର୍ଦ୍ଧକୁଶଳୀ ହେବା ପରେ ତାଙ୍କୁ ଦିନକୁ ୩୦ ଟଙ୍କା ଲେଖାଏଁ ଦିଆଯିବ। କୁଶଳୀ ହୋଇଗଲେ ପ୍ରତିଦିନ ୯୦ ଟଙ୍କା ଲେଖାଏଁ ମିଳିବ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ ସିଦ୍ଧୁଙ୍କୁ ୩୪ ବର୍ଷ ତଳେ ଏକ ପାର୍କିଂକୁ ନେଇ ଜଣେ ବୃଦ୍ଧଙ୍କ ସହ ଝଗଡା ହୋଇଥିଲା। ପରେ ସେ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଚିକିତ୍ସିତ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ତାଙ୍କୁ ସୁପ୍ରିମକୋର୍ଟ ୧ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି | ଫଳରେ ସିଂଧୁ ଏବେ ଜେଲ ରେ ନିଜ ସଜା କାଟୁଛନ୍ତି |

Related Posts