ବିବାଦ ପରେ ଇସ୍ତଫା ଦେଲେ କେଜ୍ରିୱାଲଙ୍କ ମନ୍ତ୍ରୀ, ହିନ୍ଦୁ ଦେବଦେବୀଙ୍କ ବିରୋଧରେ ନେଇଥିଲେ ଶପଥ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ଆମ୍ ଆଦମୀ ପାର୍ଟି(ଆପ୍) ସରକାରର ସମାଜ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମ ରବିବାର ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିକଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଯେଉଁଠି ଲୋକେ ହିନ୍ଦୁ ଦେବାଦେବୀଙ୍କ ବହିଷ୍କାର କରିବାର ଶପଥ ନେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିଜେପି ଆପ୍‌ ସରକାରକୁ ଟାର୍ଗେଟ୍ କରି ଆସୁଥିଲା। ଏହାପରେ ଆଜି ରାଜେନ୍ଦ୍ର ପାଲ ଗୌତମ ଇସ୍ତଫା ସହିତ ଏକ ଚିଠି ମଧ୍ୟ ଲେଖିଛନ୍ତି।

ସେ ନିଜ ଚିଠିରେ ଲେଖିଛନ୍ତି ଯେ, ଉକ୍ତ ଘଟଣା ପରେ ମନୁବାଦୀ ମାନସିକତାର ଲୋକେ ମୋତେ ଏବଂ ମୋ ପରିବାରକୁ ଧମକ ଦେଉଛନ୍ତି। ମୁଁ ପାର୍ଟିର ଏକ କର୍ତ୍ତବ୍ୟନିଷ୍ଠ ସିପାହୀ। ମୁଁ ନିଜ ସମାଜର ହକ୍‌ର ଲଢେଇ ପାଇଁ ଆଗାମୀ ସମୟରେ ମଧ୍ୟ ଲଢେଇ କରି ଚାଲିବି। ମୁଁ ଚାହେଁ ନାହିଁ ମୋ କାରଣରୁ ପାର୍ଟିର ଛବି ମଳିନ ପଡୁ।

ସେ ଆହୁରି ଲେଖିଛନ୍ତି ଯେ, ଗତ କିଛି ବର୍ଷ ହେବ ମୁଁ ଦେଖି ଆସୁଛି ମୋ ସମାଜର ଭଉଣୀ-ଝିଅଙ୍କ ଇଜ୍ଜତ ଲୁଟାଯିବା ସହ ସେମାନଙ୍କର ହତ୍ୟା କରାଯାଉଛି। କେଉଁଠି ନିଶ ରଖିଲେ ହତ୍ୟା କରାଯାଉଛି ତ ଆଉ କେଉଁଠି ମନ୍ଦିର ପ୍ରବେଶ କଲେ କିମ୍ବା ମୂର୍ତ୍ତି ଛୁଇଁଲେ ଅପମାନ ସହ ମାଡ ମରାଯାଉଛି। ଏପରିକି ମାଠିଆ ଛୁଇଁ ଦେଲେ ମଧ୍ୟ ମାରି ଦିଆଯାଉଛି। ଘୋଡାରେ ବରଯାତ୍ରୀ ବାହାର କଲେ ଆକ୍ରମଣ କରାଯାଉଛି। ଏମିତି ଜାତିଗତ ଭେଦଭାବ ଘଟଣାରେ ମୋ ହୃଦୟକୁ ବହୁତ ଆଘାତ ପହଞ୍ଚିଛି ବୋଲି ରାଜେନ୍ଦ୍ର ପାଲ ଗୌତମ ନିଜ ଚିଠି ମାଧ୍ୟମରେ ପ୍ରକାଶ କରିଛନ୍ତି।

ସେ ଲେଖିଛନ୍ତି, ଗତ କିଛି ବର୍ଷରେ ଦେଖି ଆସୁଛି ମୋ ସମାଜର ଭଉଣୀ-ଝିଅଙ୍କ ଇଜ୍ଜତ ଲୁଟାଯିବା ସହ ସେମାନଙ୍କର ହତ୍ୟା କରାଯାଉଛି। କେଉଁଠି ନିଶ ରଖିଲେ ହତ୍ୟା କରାଯାଉଛି ତ ଆଉ କେଉଁଠି ମନ୍ଦିର ପ୍ରବେଶ କଲେ କିମ୍ବା ମୂର୍ତ୍ତି ଛୁଇଁଲେ ଅପମାନ ସହ ମାଡ ମରାଯାଉଛି। ଏପରିକି ମାଠିଆ ଛୁଇଁ ଦେଲେ ମାରି ଦିଆଯାଉଛି। ଘୋଡାର ବରଯାତ୍ରୀ ବାହାର କଲେ ଆକ୍ରମଣ କରାଯାଉଛି। ଏମିତି ଜାତିଗତ ଭେଦଭାବ ଘଟଣାରେ ମୋ ହୃଦୟକୁ ବହୁତ ଆଘାତ ପହଞ୍ଚିଛି ବୋଲି ରାଜେନ୍ଦ୍ର ପାଲ ଗୌତମ କହିଛନ୍ତି।

Related Posts