ବିଜେପିକୁ କେଜ୍‌ରିଓ୍ବାଲଙ୍କ ପ୍ରଶ୍ନ; ଗୁଜୁରାଟରେ ବିଜେପି ଅମିତ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ କି ?

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆମ ଆଦମୀ ପାର୍ଟି ସଂଯୋଜକ(ଆପ) ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ବୁଧବାର ଟୁଇଟ କରି ବିଜେପିକୁ ଏକ ବଡ଼ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ଗୁଜରାଟରେ ଆପର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାହାକୁ ଦେଖି ବିଜେପି ଅତ୍ୟନ୍ତ କ୍ରୋଧିତ ହେବାରେ ଲାଗିଛି। ତେବେ ଗୁଜରାଟରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ଅମିତ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ କି ? ବୋଲି କେଜ୍‌ରିଓ୍ବାଲ ପ୍ରଶ୍ନ କରିଛନ୍ତି।ଏଥିସହ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ ପଟେଲଙ୍କ କାର୍ଯ୍ୟରେ ବିଜେପି ଅସନ୍ତୁଷ୍ଟ ଅଛି କି ବୋଲି କେଜ୍‌ରିଓ୍ବାଲ ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଗୁଜରାଟରେ ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି। ଏଠାରେ ବିଜେପି କ୍ଷମତାରେ ଥିବା ବେଳେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ରହିଛି। ଏଭଳି ସ୍ଥିତିରେ ଆପ ସରକାର ଗଢ଼ିବାକୁ ଏବେଠାରୁ ଉଦ୍ୟମ ଚଳାଇଛି। ଏଥିପାଇଁ ଲଗାତର ଭାବେ ଅରବିନ୍ଦ କେଜ୍‌ରିୱାଲ ଗୁଜରାଟ ଗସ୍ତ କରି ଏବେଠାରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲେଣି। ଏଥିସହ ଜନସାଧାରଣଙ୍କୁ ଗୁଜରାଟରେ ଦିଲ୍ଲୀ ମଡେଲ ଆଣିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ନିକଟରେ ଆପ ୧୦ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲେ। ଗୁଜୁରାଟର ସମସ୍ତ ୧୮୨ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଏଏପି ପକ୍ଷରୁ ସୂଚନା ଦିଆଯାଇଛି।

Related Posts