କଟକ : କେନ୍ଦ୍ରାପଡ଼ା ବାଲିଆ ବାଣ ବିସ୍ଫୋରଣ ଘଟଣା ରେ ବଢ଼ିଲା ମୃତକଙ୍କ ସଂଖ୍ୟା। ଆଉ ଜଣେ ପୀଡିତ ଆଖି ବ୍ୟଜିଛନ୍ତି । କଟକ ଏସସିବିରେ ଜଣେ ଗୁରୁତର ଆହତ ପ୍ରାଣ ହରାଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ଖାନଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ପୂର୍ବରୁ ଏହି ବାଣ ବିସ୍ଫୋରଣ ଘଟଣାରେ ଉଦୟ ଭୋଇ ନାମକ ଜଣେ ବାଣୁଆ ପ୍ରାଣ ହରାଇଥିଲେ। ଏବେ ଆଉ ଜଣେ ଗୁରୁତର ଅବସ୍ଥାରେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି।

ଖବର ଅନୁଯାୟୀ, କାର୍ତ୍ତିକ ପୂଜା ଭସାଣୀ ବେଳେ ବାଣ ବିସ୍ଫୋରଣ ହୋଇଥିଲା । ଏଥିରେ ପ୍ରାୟ ୪୦ରୁ ଅଧିକ ଲୋକେ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ଥିଲା । ତେଣୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଉ ଏବେ ଆଉ ଜଣଙ୍କର ମୃତ୍ୟୁ ହୋଇଛି ।