୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାଗଣାରେ ଟିକା ଦେବେ କେରଳ ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ଟୀକାକରଣରେ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତିଙ୍କୁ କେରଳ ସରକାର ମାଗଣାରେ COVID-19 ଟିକା ଯୋଗାଇ ଦେବେ । ଏ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ଘୋଷଣା କରିଛନ୍ତି। ଏଥିସହ କରୋନା ମହାମାରୀ ପାଇଁ ଆର୍ଥିକ ବୋଝ ଥିବାରୁ ରାଜ୍ୟମାନଙ୍କୁ ମାଗଣାରେ ଟିକା ଦେବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ରାଜ୍ୟ ସରକାରଙ୍କୁ ଟିକା କିଣିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। କିନ୍ତୁ କୋଭିଡ କାରଣରୁ ରାଜ୍ୟ ଗୁଡିକ ଆର୍ଥିକ ମନ୍ଦି ଦେଇ ଗତି କରୁଛନ୍ତି। ଆର୍ଥିକ ସଙ୍କଟକୁ ଆହୁରି ଆଗକୁ ବଢାଇବା ପରିବର୍ତ୍ତେ କେନ୍ଦ୍ର ରାଜ୍ୟମାନଙ୍କୁ ମାଗଣାରେ ଟିକା ଦେବା ଉଚିତ।” ସେ ଆହୁରି ମଧ୍ୟ କହିଛନ୍ତି ଯେ କେରଳ ସରକାର ତାଙ୍କ ପ୍ରତିଶ୍ରୁତିରେ କାଏମ ରହିଛନ୍ତି। ଏବଂ 18 ବର୍ଷରୁ ଅଧିକ ବୟସର ଲୋକଙ୍କୁ ସରକାର ମାଗଣାରେ COVID-19 ଟିକା ଯୋଗାଇଦେବେ । ଅପରପକ୍ଷରେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଆସାମ, ଛତିଶଗଡ଼ ଓ ବିହାର ସରକାର 18 ରୁ 45 ବର୍ଷର ବ୍ୟକ୍ତିଙ୍କୁ ମାଗଣାରେ ଟିକା ଯୋଗାଇଦେବେ ବୋଲି ଘୋଷଣା କରିଛନ୍ତି। ଏପଟେ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଓଡ଼ିଶାରେ ଏବେ ୪୨ ପ୍ରତିଶତ ୧୮ରୁ ୪୫ ବୟସ୍କ ଲୋକ ଅଛନ୍ତି।

Related Posts